ପୁରା ଖବର ବିଷୟରେ



ଓଡିଶା ରାଜ୍ୟ କମିଟି ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୂର ସଭା ପକ୍ଷରୁ ବୈଠକ ।

May 11 2022 7:53PM
ଓଡିଶା ରାଜ୍ୟ କମିଟି ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୂର ସଭା ପକ୍ଷରୁ ବୈଠକ । ଚଳିତ ମାସ 10 05 2022 ତାରିଖରେ ସିପିଆଇ (ଏମ.ଏଲ) ଲିବାରେସନର ଗଣ ସଂଗଠନ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା( AIARLA) ତରଫରୁ ଭୁବନେଶ୍ଵର ସ୍ଥିତ ନାଗଭୂଷଣ ପଟ୍ଟନାୟକ ଭବନ କାର୍ଯ୍ୟାଳୟରେ ରାୟଗଡl, କୋରାପୁଟ, ପୁରୀ,ଖୋର୍ଦ୍ଧା,ଗଜପତି ଜିଲ୍ଳା ର କ୍ଷେତ ମୁଲିଆମାନକୁଂ ନେଇ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ କନଭେନସନ ସଭା ଅନୁଷ୍ଠିତ କରାଯାଇଥିଲା।ଉକ୍ତ କନଭେନସନ ସଭାରେ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA ) ର ଆସନ୍ତା ନଭେମ୍ବର୍ ମାସ 19- 20 ଦୁଇ ଦିନ ଧରି ସର୍ବ ଭାରତୀୟ ସମ୍ମିଳନୀ କଲିକତାର ହୁଗୁଳି ଠାରେ ଅନୁଷ୍ଠିତ କରାଯିବ। ଏଣୁ ସମସ୍ତ ସାଥି ମାନଙ୍କୁ ପ୍ରତି ବ୍ଲକର ପ୍ରତି ପଞ୍ଚାୟତର ପ୍ରତ୍ୟେକ ଗାଁ ଗାଁକୁ ଯାଇ 5000 ସଭ୍ୟ କରିବା ସହ ଜୁନ ୧୫ ସୁଦ୍ଧା ବ୍ଲକ଼ ସ୍ତରୀୟ ସମ୍ମିଳନୀ ଶେଷ କରିବେ ଏବଂ ସେପ୍ଟେମ୍ବର ମାସରେ ଜିଲ୍ଲା ଓ ରାଜ୍ୟ ସମ୍ମିଳନୀ କରିବା ପାଇଁ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦିଆଯାଇଥିଲା।