ପୁରା ଖବର ବିଷୟରେ



ରାସ୍ତା ଶିଘ୍ର ତିଆରି କରିଵା ପାଇଁ ଜିଲ୍ଲା ପରିଷଦଙ୍କ ବିଡିଓଙ୍କୁ ଦାବି ।

May 11 2022 7:52PM
(ନନ୍ଦାହାଣ୍ଡିରୁ ହରିହର ପାଇକ ଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଦୋହଣା ଗ୍ରାମ ପଞ୍ଚାୟତର ଗୁଅଣ୍ଟାସର ଠାରୁ ପଣସପଦର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥା ହୋଇପଡିଛି । ଏହି ରାସ୍ତା ପ୍ରାୟ ତିନି କିଲୋମିଟର ରହିଥିବା ବେଳେ ମେଟାଲ ବାହାରି ପଡିବା ସହ,ମାଟି ଧୋଇ ହେଵା ଯୋଗୁଁ ଦୁଇ ପାର୍ଶ୍ଵ ରାସ୍ତା ସଂକୁଚିତ ହେବାରେ ଲାଗିଛି l ଯାତ୍ରୀ ଯାତାୟତରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ଦେଖାଦେଇଛି l ଉକ୍ତ ରାସ୍ତା ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ବେଳେ ମାତ୍ର ଉଭୟ ବ୍ଳକକୁ କମ ବାଟ ପଡୁଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ବାଟ ଦେଇ ଯିବାଆସିବା କରିଥାନ୍ତି l ଏହି ରାସ୍ତା ବହୁ ଦିନ ଧରି ମରଣଯନ୍ତା ଭଳି ପଡିରହିଥିବା ବେଳେ ପ୍ରଶାସନିକ ଦୁଷ୍ଟି ପଡୁ ନ ଥିବାର ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସୀ । ଅଭିଯୋଗ ଶୁଣି ନବରଙ୍ଗପୁର ଜିଲ୍ଳା ପରିଷଦ ଜୋନ 'ଖ' ର ସଭ୍ୟ ଶ୍ରୀ ପିଣ୍ଟୁ ମିଶ୍ର ରାସ୍ତାର ଅନୁଧ୍ୟାନ କରି ନନ୍ଦାହାଣ୍ଡି ବିଡିଓ, ନବରଙ୍ଗପୁର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଡି.ଆର.ଡ଼ି.ଏ.ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ତୁରନ୍ତ ରାସ୍ତାର ସ୍ଥୟୀ ସମାଧାନ ନିମନ୍ତେ ଦାବି ଜଣାଇଥିଲେ । ଖୁବଶୀଘ୍ର ରାସ୍ତାର ତିଆରି କରାଯିବା ସହ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।