ପୁରା ଖବର ବିଷୟରେ



କାଳବୈଶାଖୀ ତାଣ୍ଡବରେ ଘରଦ୍ୱାର ନଷ୍ଟ ଭ୍ରଷ୍ଟ, ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ

May 8 2022 8:46PM
(ନୟାଗଡ ଜିଲ୍ଲା ନୂଆଗାଁରୁ ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ ) ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ିମିରିଆ ଗ୍ରାମର ବିଦ୍ୟାଧର ପ୍ରଧାନ ପିତା :କରୁଣାକର ପ୍ରଧାନ, କୁଳମଣି ଜାନି ପିତା :ସଦାଶିବ ଜାନି, ବରୁଣ ପ୍ରଧାନ ପିତା :ନନ୍ଦ ପ୍ରଧାନ,ଶିମିଳିସାହି ଗ୍ରାମର ପାଣ୍ଡଵ ଜେନା, ବାଡ଼ିବାରୀ :ଇନ୍ଦ୍ରମଣି ମଳିକ, ଗୋପୀନାଥ ମଳିକ,ମାଳତୀ ମଳିକ, ଅଚ୍ୟୁତ ମଳିକ, ଶୁକ୍ର ମଳିକ, ଦାଶରଥି ମଳିକ, ସୁରେନ୍ଦ୍ର ମଳିକ, ମାଧବ ଜାନି,ଗଜେନ୍ଦ୍ର ଜାନି, ଚିନ୍ତାମଣି ଜାନି,ରବୀନ୍ଦ୍ର ଜାନି, ଚନ୍ଦ୍ରମଣି ଜାନି, କମସନ ବେହେରା, ଗୁଣ୍ଡୁରାସାହି, କେନ୍ଦୁବଣିଆ, ମଥାଗାଡ଼ିଆ ଗ୍ରାମର :ବସନ୍ତ ପ୍ରଧାନ, ଜେମାମଣି ଜାନି, କୁମାରୀ ପ୍ରଧାନ, ଚନ୍ଦ୍ରମଣୀ ଜାନି, ନୀଳମଣି ଡାକୁଆ, ଅର୍ଜୁନ ଡାକୁଆ, ବ୍ରଜ ଜାନି, ଦାମୋଦର ଜାନି, ସୁକୁରୁ ପ୍ରଧାନ, ସୁଶାନ୍ତ ଜାନି, ପୁରସ୍ତମ ଜାନି, ଏବଂ ମିଶନ ଶକ୍ତି ଗୃହରୁ ପାଣି ଟାଙ୍କି ଆଦି ବିଭିନ୍ନ ଗ୍ରାମର ଲୋକମାନଙ୍କର କାହାର ଚାଳଛପର ଘର ତ ଆଉ କାହାର ଆଜବେଷ୍ଟ ଘର ଆଉ କାହାର ଗାଈଗୋରୁ,ଛେଳିମେଣ୍ଢା ଗୁହାଳ ଆଦି କାଳବୈଶାଖୀ ବର୍ଷା ପବନର ତାଣ୍ଡବ ଲୀଳାରେ ଅନେକ ଗୁଡିଏ ଘର, ଦ୍ୱାର ଭାଙ୍ଗି ଚୁରମାର ହୋଇଦେଇଛି, ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ।ଏହି ପରିପେକ୍ଷିରେ ନବ ନିର୍ବାଚିତ ସରପଞ୍ଚ ପ୍ରତିନିଧି ବୁଲୁ ମଳିକ ଏବଂ ସମିତିସଭ୍ୟା ପ୍ରଭାତୀ ମଳିକ,ଗାଁ କୁ ଗାଁ, ଘରକୁ ଘର ଯାଇ ଲୋକମାନଙ୍କର ସୁଖ, ଦୁଃଖ ପଚାରି ବୁଝିଥିଲେ ।