ପୁରା ଖବର ବିଷୟରେ



ଚନ୍ଦ୍ରପୁର ସ୍ଥିତ ବୀର ଝାଲିଆଗୁଡି ମନ୍ଦିର ନିକଟରେ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା 'ଶିବା' ଶ୍ରୀ ମୀନାଝୋଲାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ।

May 5 2022 8:53PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଚନ୍ଦ୍ରପୁର ସ୍ଥିତ ବୀର ଝାଲିଆଗୁଡି ମନ୍ଦିର ନିକଟରେ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା 'ଶିବା' ଶ୍ରୀ ମୀନାଝୋଲାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ସଦର ମହକୁମା ସ୍ଥିତ ବୀର ଝାଲିଆଗୁଡି ମନ୍ଦିର ନିକଟରେ ହନୁମନ୍ତପୁର ପଞ୍ଚାୟତ ଅଧିନସ୍ଥ ପୁରାତନ ଶୈବପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ମୀନାଝୋଲା ପରିସରରେ ଅବସ୍ଥିତ ସ୍ବାମୀ ଜନକା ନନ୍ଦ ଗିରୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଜନକଲ୍ୟାଣ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଏବଂ ମୂଖ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସତପଥିଙ୍କ ପ୍ରଚେଷ୍ଟାରେ ଆଧ୍ୟାତ୍ମିକ ତ୍ରୈ ମାସିକ ପତ୍ରିକା 'ଶିବା'ଶ୍ରୀ ମୀନାଝୋଲା ଶିରୋନାମାରେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀ ଜନକା ନନ୍ଦ ଗିରୀ,ମିଟ୍ସ ଚେୟାରମେନ ତଥା ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡା, ମୂଖ୍ୟ ଅତିଥି ଭାବେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ ଶ୍ରୀ କୈନ କିମ୍ବାକା, ଚନ୍ଦ୍ରପୁର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଜିତ୍ ବ୍ରେଡେକା, ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧିତ୍ଵ ଶ୍ରୀ ହାଡ଼ିବନ୍ଧୁ ବ୍ରକବେଡା, ପରିବେଶବିତ୍ ଗୋୖରାଙ୍ଗ ଚରଣ ରାଉତ, ଗଣପତି ପାଠୀ, ରମେଶ ମିଶ୍ର ସମେତ କମିଟିର ସମସ୍ତ ସଦସ୍ୟ, ଗଣପ୍ରତିନିଧି ଓ ଅଞ୍ଚଳର ଶତାଧିକ ବୁଦ୍ଧିଜୀବି ଏବଂ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଶ୍ରୀ ମୀନାଝୋଲାର ସର୍ବାଙ୍ଗୀନ ଉନ୍ନତି ନିରପେକ୍ଷ ଓ ସହୃଦୟତାର ସହ କରିବାକୁ ସପଥ ପାଠ କରିଥିଲେ । ଏତଦବ୍ୟତୀତ ମାନ୍ୟବର ଗୁଣୁପୁର ବିଧାୟକ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ଏବଂ ଚନ୍ଦ୍ରପୁର ଓ ହନୁମନ୍ତପୁର ସରପଞ୍ଚ ଶ୍ରୀ ମୀନାଝୋଲା ପାଇଁ ଯାହା ଯାହା ପ୍ରକ୍ରିୟା ରହିଛି ସେ ସମ୍ପର୍କରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପୁର ପଲ୍ଲୀ ଘଞ୍ଚ ଜଙ୍ଗଲ ଘେରା ତ୍ରିବେଣୀ ସଙ୍ଗମ ଶ୍ରୀ ମୀନାଝୋଲା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ ଉପସ୍ଥାପନା କରିବି ବୋଲି ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେମିଟ୍ସ ଚେୟାରମେନ ଶ୍ରୀ ପଣ୍ଡା ଶ୍ରୀ ମୀନାଝୋଲା ଶୈବପୀଠ ସ୍ଥଳରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶିବ ମୂର୍ତ୍ତି ଚଳିତ ବର୍ଷ ଆସନ୍ତା ହେରାପଞ୍ଚମୀ ଦିନ ଶୁଭାରମ୍ଭ କରାଯିବ ବୋଲି ମତବ୍ୟକ୍ତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।