ପୁରା ଖବର ବିଷୟରେ



ପ୍ରଶାସନ ବାୟାପଡା ବାସୀଙ୍କ ଦୁଃଖ ବୁଝିଲା

May 2 2022 11:35PM
(ମାଲକାନଗିରିରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ଗ୍ରାମ ପ°ଚାୟତ ର ବାୟାପଡା ଗ୍ରାମର ହିତାଧିକାରୀଙ୍କୁ ନୂତନ ଭାବେ ଚାଉଳ ବଣ୍ଟନ କରାଯାଇଛି । ଲୋକଙ୍କ କହିବା ଅନୁସାରେ ସେମାନେ ଦୀର୍ଘଦିନ ହେଲା ଏ ଅ°ଚଳରେ ଚାଉଳ ଯୋଗାଣ ପାଇଁ ଦାବି କରୁଥିଲେ ମଧ୍ୟ ଏହାର କିଛି ସୁଫଳ ମିଳୁ ନଥିଲା ,ପରିଶେଷରେ ଲୋକପ୍ରତିନିଧୀ ମାନଙ୍କ ଚେଷ୍ଟା ଫଳବତୀ ହୋଇଛି ଓ ଗଣ୍ଡେ ଚାଉଳ ପାଇଁ ସୁଦୂର ନାକାମାମୁଡି ପ°ଚାୟତ କୁ ଯାଇ ଚାଉଳ ଆଣିବା କଷ୍ଟରୁ ତ୍ରାହି ପାଇଯାଇଛନ୍ତି । ପ୍ରକାଶ ଥାଉକି ଭୈ।ଗଳିକ ଦୃଷ୍ଟିରୁ ନାକାମାମୁଡି ପ°ଚାୟତ ର ଆୟତନ ବହୁତ ବଡ ଓ ବାୟାପଡା, କିଚାପଡା,ସୁରିପଡା,ଜଲାଗୁଡା ,ନାରି°ଗଝୋଲା ଭଳି ଘାଟିର ଲୋକମାନେ ସଦର ପ°ଚାୟତ କାର୍ଯ୍ୟାଳୟକୁ ଯିବା ବହୁତ କଷ୍ଟକର ବ୍ୟାପାର ମନେହେଉଥିଲା । ଆଜିର ଏହି ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ପରିଷଦର ସଭାପତି ସମାରୀ ତା°ଗୁଲୁ ଉଦଘାଟିତ କରିଥିବା ବେଳେ କୋରକୁଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି, କୋରକୁଣ୍ଡା ସା°ସଦ ପ୍ରତିନିଧି ମଦନ ଖୋସଲା,ସମିତି ସଭ୍ୟ ରଞ୍ଜନ ପା°ଗୀ,ପୁର୍ବତନ ସରପଞ୍ଚ ସମରା ଶିଷା,ପ°ଚାୟତ ନିର୍ବାହୀ ଅଧିକାରୀ ଡି.ଏନ.ନାୟକ°କ ସହ ପ°ଚାୟତ ର ସବୁ କର୍ମଚାରୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ । ଉକ୍ତ ଘାଟି ଅ°ଚଳର ସ୍ଥାନୀୟ ବିଦ୍ୟାଳୟ ପରିସରରେ ଶହଶହ ହିତାଧିକାରୀ ଚାଉଳ ନେବା ସହିତ ଲୋକପ୍ରତିନିଧୀ ଓ ସ୍ଥାନୀୟ ପ୍ରଶାସନ କୁ ଭୁୟସୀ ପ୍ରଶ°ସା କରିଥିବା ଦେଖିବାକୁ ମିଳିଛି ।