ପୁରା ଖବର ବିଷୟରେ



ଉତ୍ସବ ମୁଖର କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

May 2 2022 11:32PM
(ମାଲକାନଗିରିରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ଓଡିଶା ରାଜ୍ୟ କାୟାକଳ୍ପ ଟିମ୍ ପକ୍ଷରୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଓ ପର୍ଯ୍ୟାବରଣ ଅନୁକୂଳ ସ୍ୱାସ୍ଥ୍ୟପଯୋଗୀ ବାତାବରଣ ପାଇଁ ସାରା ଓଡିଶା ରାଜ୍ୟରେ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାଇଛି । ଏହି ଉପଲବ୍ଧି ପାଇଁ କୁଡୁମୁଲୁଗୁମ୍ମା। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବର୍ଣାଢ୍ୟ ପରିବେଶରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମଟିକୁ ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲା ବେଳେ ଖଇରପୁଟ ବ୍ଲକର ନୂତନ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ , ମୁଖ୍ୟ ବକ୍ତା ଭାବେ ମାଲକାନଗିରି ଜିଲ୍ଲା ADPHO ଡ.ଧନେଶ୍ବର ମହାପାତ୍ର ଓ ଅନ୍ୟ ସମ୍ମାନାଷ୍ପଦ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ଜୋନ ଜିଲ୍ଲା ପରିଷଦ ସଭ୍ୟ ବଲୀ ମାଝୀ,ADMO ଡ.ଅନୀଲ କୁମାର ମିଶ୍ର, DPHO ଡ. ସ°ଧ୍ୟାରାଣୀ ପଟ୍ଟନାୟକ, କୁଡୁମୁଲୁଗୁମ୍ମା ର ନୂତନ ସରପଞ୍ଚ ମ°ଗଳା ମାଢୀ ଓ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରର DPM ବନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥି ପ୍ରଥମେ ଠାକୁର ଜଗନ୍ନାଥ°କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ଅନ୍ୟ ସମ୍ମାନୀତ ଅତିଥି ମାନେ କହିଛନ୍ତି ଯେ ସ୍ୱାସ୍ଥ୍ୟ କାୟାକଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ପଛରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନଙ୍କୁ ଭୁୟସୀ ପ୍ରଶ°ସା କରିବା ସହିତ କହିଛନ୍ତି, ଯେ ଏହି ସଫଳତା ସ°ପୁର୍ଣ୍ଣ ମାଲକାନଗିରି ଜିଲ୍ଲାକୁ ଗୈ।ରବାନୀତ କରିଛି । ସେମାନେ ବିଶେଷ କରି କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ତପସ୍ୟା ଯୋଗୁଁ ଆଜି ଏହା ସମ୍ଭବ ବୋଲି ଦର୍ଶାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ପଦାଧିକାରୀ ମାନଙ୍କ ସହ ୭ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରି ଓ ଅନ୍ୟ ସହକର୍ମୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପାଖାପାଖି ୩୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ମାନ°କୁ ପୁରସ୍କୃତ କରିଥିବା ଜଣାପଡିଛି । ଶେଷରେ ସତ୍ୟ ନାରାୟଣ ଦେଓ ସମସ୍ତ ଅତିଥି,ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଜନସାଧାରଣ°କୁ ଧନ୍ୟବାଦ ଅର୍ପଣ କରିଥିଲେ । କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ର BPM ହର ପ୍ରସାଦ ତାରିଣୀ, ସଞ୍ଜୟ କୁମାର ପୃଷ୍ଠି, ରଞନ କୁମାର ନାୟକ, ପଦ୍ମ ଚରଣ ପଣ୍ଡା, ଇନ୍ଦ୍ରଜୀତ ଦାସ,ତନ୍ମୟ ବାଚାର ଓ ପି.ଧିରେଶ ପାତ୍ର ପ୍ରମୁଖ ଆଜିର ଉତ୍ସବ ଟିକୁ ସଫଳତାର ସହ ଆୟୋଜିତ କରିଥିଲେ ।