ପୁରା ଖବର ବିଷୟରେ



୧୮ନଂ ୱାର୍ଡରେ ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ଅଭିଯୋଗ ବାଢିଲେ ବସ୍ତିବାସିନ୍ଦା

May 2 2022 10:29PM
(ମାଲକାନଗିରିର ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରେ ନିର୍ମିତ ହେବାକୁ ଥିବା ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି l ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାଇ ପୌରନିର୍ବାଚନ ପୂର୍ବରୁ ମୁନସୀପାଲଟି ତରଫରୁ ୱାର୍ଡ ହେଉଥିବା ବିକାଶ କାର୍ଯ୍ୟ ପାଇଁ ସାହି ଯୁବକଙ୍କୁ କାର୍ଯ୍ୟଦେଶ ପାଇଁ ପ୍ରତିଶୃତି ମିଳିଥିଲା l ଯାହାଫଳରେ ଶିଶୁ ଉଦ୍ୟାନ ନିର୍ମିତ ହେବା ଜାଗାରେ ମାଟି ପକାଉଥିଲେ ୱାର୍ଡ ଯୁବକ କିନ୍ତୁ ପୌରନିର୍ବାଚନ ସରିବା ପରେ ତାହାର ସ୍ଥିତି ବଦଳି ଯାଇଥିଲା ସାହି ଲୋକ ପରିବର୍ତ୍ତେ ଅନ୍ୟ ଜଣେ ଉକ୍ତ କାମ ଆରମ୍ଭ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ସାହିବାସିନ୍ଦାଙ୍କ କହିବା ଅନୁଯାଇ ଅଙ୍ଗନବାଡି କର୍ମୀ ପ୍ରମିଳା କଚିମ ୱାର୍ଡର ଏସଡିଏ ସଦସ୍ୟଙ୍କୁ ନ ଜଣାଇ ଉକ୍ତ କାର୍ଯ୍ୟଦେଶ କୁ ଅନ୍ୟ ଏକ ଠିକାଦାର ଙ୍କୁ ବିକିଦେଇଥିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ଏସ.ଡି.ଏ ସ୍କିମରେ ହେଉଥିବା କାର୍ଯ୍ୟଟିରେ ଅଙ୍ଗନବାଡ଼ି ଦିଦିଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୧୮ନଂ ୱାର୍ଡ ବାସିନ୍ଦା ଆଗାମୀଦିନରେ ପ୍ରତିଶୃତି ଅନୁଯାଇ ୧୮ନଂ ୱାର୍ଡ ବାସିନ୍ଦାକୁ କାର୍ଯ୍ୟାଦେଶ ପ୍ରଦାନ ନ କରାଗଲେ ଅନ୍ୟ ଠିକାଦାରଙ୍କୁ ସାହିରେ କାମ କରିବାକୁ ଦେବୁନାହିଁ ବୋଲି ରୁଚି ଅନ୍ତିୟା (କାଉନସିଲର ୧୮ନଂ ୱାର୍ଡ )ମସିଚରଣ ଗିଲାସ (ଏସ.ଡି.ଏ ସଭାପତି) ବିଜୟାଦନ ବାଗ (ଏସଡିଏ ସମ୍ପାଦକ)ବିଧାନଚନ୍ଦ୍ର ବିଶ୍ୱାସ (ଏସଡିଏ ସଦସ୍ୟ)ଅଞ୍ଜଳି ବିଶ୍ୱାସ (ଏସଏଚଜି ମହାସଂଘ ସଭାପତି)ଗଣେଶ କଚିମ (ଯୁବ ସଭାପତି), ମନୋଜ ବାଗ (ଯୁବ ସମ୍ପାଦକ)ଟୁନା ବାଗ ସଂଜିତ ଆକା, ରୁପେନ ନାଗ, ମାଧୁରୀ ନାଗ, ସୁକାନ୍ତି ବାଗ, ସନମାତି ସେକ, ଦିନେଶ ବାଗ, ଜିନ୍ଦା ନାଗ ସୁକାନ୍ତି ବାଗ (ଏସଏଚଜି ସଭାପତି) ୧୮ନଂ ୱାର୍ଡବାସିନ୍ଦା ଅଭିଯୋଗ ବାଢିଛନ୍ତି l