ପୁରା ଖବର ବିଷୟରେ



ବଢୁଛି ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା,ହଜି ଯାଉଛି କୁଚକ୍ରୀ ଗୋଷ୍ଠୀ ଙ୍କ ନିଦ

May 2 2022 4:08PM
ନୂଆଗାଁ: ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବଢ଼ି ଚାଲିଛି ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରିୟତା।ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ବିକାଶ ଦ୍ରୁତ ଗାମୀ ହେବାରେ ଲାଗିଛି।ତୃଣମୂଳ ସଂଗଠନ ମଝ ଭୁତ୍ ହେବାରେ ଲାଗିଛି।ଯାହାକି ବିଧାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ,ପ୍ରଚେଷ୍ଟା, ବଳରେ ପଞ୍ଚାୟତ ନିର୍ବାଚନ ରେ ତିନୋଟି ବ୍ଲକ୍ ର ଜିଲ୍ଲା ପରିଷଦ ,ଦଳୀୟ ସମ ର୍ଥିତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଥିଲେ। ତେଣୁ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ,ସରପଞ୍ଚ , ସମିତି ସଭ୍ୟ ସଭ୍ୟା ,ଦଳୀୟ କର୍ମକର୍ତ୍ତା,କର୍ମୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି।ତିନୋଟି ବ୍ଲକ୍ ମଧ୍ୟ ବିଜୁ ଜନତା ଦଳ ହାତେଇଲା।ଗାଁ ଗାଁ ରେ ଉଡିଲା ବିଜୁ ଜନତା ଦଳର ବାନା।ସମସ୍ତ ଙ୍କ ମୁହଁରେ ଗୋଟିଏ ସ୍ୱର ଏଭଳି ବିଧାୟକ ପାଇ ଆମେ ଗର୍ବିତ। ନା ଅଛି ଗର୍ବ ନା ଅଛି ଅହଙ୍କାର।ଦିନରାତି ଲୋକ ଙ୍କ ସେବା ଆଉ ଉନ୍ନୟନ ମୂଳକ କାର୍ଯ୍ୟ ରେ ଲାଗି ପଡିଛନ୍ତି ବିଧାୟକ।ବିଧାୟକ ଙ୍କ ଲୋକ ପ୍ରିୟତା ଦେଖି କୁଚକ୍ରୀ ଗୋଷ୍ଠୀ ଙ୍କ ନିଦ ହଜି ଯାଇଛି।ଔଷଧ ବିକଳରେ ତାଟିଆ କାମୁଡୁ ଛନ୍ତି।