ପୁରା ଖବର ବିଷୟରେ



ଫଳକ ଭଙ୍ଗା ଦୁର୍ବୃତ୍ତଙ୍କ କାର୍ଯ୍ୟ କୁ ଜନସାଧାରଣ ରେ ନିନ୍ଦା

Apr 27 2022 1:00PM
(ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରୁ ଦିଲ୍ଲୀପ କୁମାର ଜାନୀ ଙ୍କ ରିପୋର୍ଟ) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ।ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିବା ଘଟଣା ରାଜ ନୈତିକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ଜନସାଧାରଣ ଙ୍କ ମହଲରେ ତୀବ୍ର ନିନ୍ଦା ର ସୂତ୍ରପାତ ହେଉଛି।ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି ଯେ କିଛି ଖଳ ପ୍ରକୃତିର ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପରଠାରୁ ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି।ଆଉ କେହି କେହି କୁହନ୍ତି କିଛି ରାଜନୈତିକ ବ୍ୟକ୍ତି ନିର୍ବାଚନ ପରାଜୟ କରିବା ପରେ ଜ୍ଵର ବିକଳରେ ତାଟିଆ କାମୁଡ଼ି ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାରେ ଲିପ୍ତ ଅଛନ୍ତି।ମିଳିଥିବା ଖବର ଅନୁସାରେ ନୂଆଗାଁ ପଞ୍ଚାୟତ ମେଡିକାଲ୍ ଏବଂ ପାରା ଢ଼ିପି ପଞ୍ଚାୟତ ରେ ଫଳକ ଭଙ୍ଗା ପଛରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କରୁଥିବା ଅନୁମାନ କରାଯାଉଛି। ପାରା ଢିପି ପଞ୍ଚାୟତ ରେ ଫଳକ ଭଙ୍ଗା କୁ ନେଇ ନୂଆଗାଁ ଥାନା ରେ ପାରା ଢିପି ଗ୍ରାମ ପଞ୍ଚାୟତ ର ଦୁର୍ଯ୍ୟୋଧନ ରାଉତ ୧୧ ଜଣ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ନୂଆଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ କେସ ନଂ ୬୮ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା କହିଛନ୍ତି।ତେବେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା କୁଚକ୍ରି ଗୋଷ୍ଠୀ ଙ୍କୁ ଘୋର ନିନ୍ଦା କରିଛନ୍ତି ନୂଆଗାଁ ବ୍ଲକ୍ ର ଜନସାଧାରଣ।ଏପରିକି ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା ତୁରନ୍ତ ଗିରଫ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।