ପୁରା ଖବର ବିଷୟରେ



ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ୪ ଦଫା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ

Apr 23 2022 10:25AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବରଗଡ଼ ଜିଲ୍ଲାରେ ଅମ୍ବେଦକର ଜୟନ୍ତୀ ପାଳିତ ସମୟରେ ଦଳିତ ଆଦିବାସୀ ମାନଙ୍କ ଉପରେ ବଜରଙ୍ଗଦଳର ଗୁଣ୍ଡା ମାନଙ୍କର ଆକ୍ରମଣରେ ୨୯ ଜଣରୁ ଉର୍ଦ୍ଧ୍ବ ଦଳିତ ଆଦିବାସୀ ଆକ୍ରମଣର ଶିକାର ଓ ୨୦ ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଭାଙ୍ଗି ଚୁରମାର ହୋଇଥିବା ପ୍ରତିବାଦରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସଦର ମହକୁମାରେ ସିପିଆଇ(ଏମଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ନେତୃତ୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୁଣୁପୁର ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରି ଥିଲେ ଏବଂ କିଛି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବି ସମୁହ ହେଲା* ଆକ୍ରମଣର ଶିକାର ହୋଇଥିବା ପିଡିତଙ୍କୁ ସରକାରଙ୍କ ତରଫରୁ ମାଗଣା ଚିକିତ୍ସା,* କ୍ଷତିଗ୍ରସ୍ତ ମୋଟର ସାଇକେଲର କ୍ଷତିପୂରଣ,*ଦଳିତ ଆଦିବାସୀ ମାନଙ୍କୁ ଆକ୍ରମଣ କରିଥିବା ବଜରଙ୍ଗଦଳର ଗୁଣ୍ଡା ମାନଙ୍କୁ ତୁରନ୍ତ ଗିରଫ କରାଯାଉ*ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇ ହୋଇଥିବା ଦଙ୍ଗାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଏହି ଅବସରରେ ବୃନ୍ଦାବନ ବିଡିକା,ସମରା ଶବର, ଅନାସିମ ଶବର, ଉଲପି ଶବର, ସୁବାଷ କିମ୍ବାକା,ଜହନ କ୍ରେପୁଟିକା ସମେତ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।