ପୁରା ଖବର ବିଷୟରେ



ସରକାରୀ (ଏସ.ଏସ.ଡି) ବାଳିକା ବିଦ୍ୟାଳୟ ଗୁଡ଼ାରୀରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ୫ ଜଣ ଚୟନ ।

Apr 22 2022 7:13PM
(:ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ସରକାରୀ(ଏସ.ଏସ.ଡି) ବାଳିକା ବିଦ୍ୟାଳୟ ଗୁଡ଼ାରୀ ଶ୍ରେଣୀ ଗୃହରେ ୨୨-୪-୨୦୨୨ ତାରିଖ ୧୦ ଘଣ୍ଟା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନଙ୍କ ତତ୍ତ୍ୱାବଧାନରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ୨୦୨୧-୨୨ ବର୍ଷ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶ୍ରୀମତୀ ଭାରତୀ ଦେବୀ ପିତା କାଟି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମରେ ସରକାରୀ (ଏସ.ଏସ.ଡି) ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଲକ୍ଷ୍ମଣ ଶବର ସଭାପତିତ୍ବ ଦାୟିତ୍ଵ ତୁଲାଇଥିଲେ । ଉକ୍ତ ମେଳାରେ ୮ଗୋଟି ବିଦ୍ୟାଳୟରୁ ୨୦ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ସିନିୟର୍ ଓ ଜୁନିଅର ଗୃପ । ଉଭୟ ଗୃପରୁ ୬ ଜଣକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚୟନ କରାଯାଇଥିଲା । ବିଜେତା ୬ ଜଣକୁ ବିଜେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତିଯୋଗିତାରେ ଭାଗ ନେଇ ଥିବା ସମସ୍ତ ପ୍ରତି ଯୋଗିଙ୍କୁ ସମ୍ମାନ ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଭାଗ ନେବା ପାଇଁ ୫ ଜଣ ଖତୁ ଜାଗାରାଙ୍ଗା,ଚିନାରି ରାକେଶ, ଭବାନୀ ଶଙ୍କର ଗୋୖଡ,ସିମାଦ୍ରି ହର୍ଷବର୍ଦ୍ଧନ ଓ ରଶ୍ମିତା ବେହେରାଙ୍କୁ ଚୟନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ବିଚାରପତି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀର ବିଜ୍ଞାନ ଶିକ୍ଷକ ଅଜିତ୍ ହରପାଲ ଓ ଡ଼. ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଏମ.କେ. ରାଇର ବିଜ୍ଞାନ ଶିକ୍ଷକ ପି.ସିମାଞ୍ଚଳ ଯୋଗ ଦେଇଥିବା ବେଳେ ସମସ୍ତ କେନ୍ଦ୍ରିୟ ସଂଯୋଜକ ମାନେ ଉପସ୍ଥିତ ରହିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୁର୍ବକ ମେଳା ଉଦଯାପିତ କରାଯାଇଥିଲା ।