ପୁରା ଖବର ବିଷୟରେ



ଗୁଡ଼ାରୀ ନୂତନ ବସ ଷ୍ଟାଣ୍ଡ ଠାରେ ଆୟୁଷ୍ମାନ ଭାରତ ବ୍ଳକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଓ ସଚେତନତା ମେଳା ଶେଷ

Apr 21 2022 8:06PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ପକ୍ଷରୁ ଆୟୋଜିତ ମେଡିକାଲ ଅଧିକାରୀ ଡ଼ଃ. ଅରୁପାନନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ଆଜାଦିକା ଅମ୍ରିତ ମୋହତ୍ସବ ଆୟୁଷ୍ମାନ ଭାରତ ବ୍ଳକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଓ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଫିତା କାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଷଦ ଗୁଡ଼ାରୀ ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର, ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର ଦେଇଥିଲେ । ଅତିଥି ମାନଙ୍କୁ ଆଶାକର୍ମୀ ମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଏହି ଅବସରରେ ବିଶେଷଜ୍ଞ ମେଡିସିନ ଡ଼. ଲକ୍ଷ୍ମୀପ୍ରଭା ଦଶ, ଗାଇନିକ ଡ଼.ହିମାଂଶୁ କୁମାର ଦାଶ, ସର୍ଜରୀ ଡ଼ ରାମ କ୍ରିଷ୍ଣା ଧଳ, ଦାନ୍ତ ବିଶେଷଜ୍ଞ ଡ଼. ପୟାଲ ମହାରଣା ଉପସ୍ଥିତ ରହିଥିବା ବେଳେ ଡିଏସଏମଓ ଡ଼. ମମତା ଚୋୖଧୁରୀ, ଡ଼.ନିହାର ରଞ୍ଜନ ରଣସିଂ, ଡ଼. ଗୋୖରବ କୁମାର ସାହୁ, ଡ଼.ଅଭୟ ସ୍ରୀତା ସାହୁ, ଡ଼. ଜ୍ଞାନ ରଞ୍ଜନ ମହାନ୍ତି ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇଥିବା ବେଳେ ଯୋଗ ଶିକ୍ଷା , ଆଇସିଡିଏସ ପ୍ରୋଜେକ୍ଟ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ପ୍ରୋଗ୍ରାମ ମାଧ୍ୟମରେ ପ୍ରଦର୍ଶନ ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ପିଏଚଇଓ ଶ୍ରୀମତୀ ରଶ୍ମିତା ମହାଙ୍କୁଡ,ବିପିଏମ ଶ୍ରୀ ଦେବାଶିଷ ଭଟ୍ଟ,ବିଏଏମ ଶ୍ରୀ ରାଜେଶ ପ୍ରସାଦ,ବିଡିଏମ ଶ୍ରୀ ଅକ୍ଷ କୁମାର ମିଶ୍ର ଓ ବହୁମୁଖୀ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।