ପୁରା ଖବର ବିଷୟରେ



ଅନ୍ଧାର ଲିମା ଛକ ନିକଟରେ ଭାରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ତ, ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି ।

Apr 20 2022 5:42AM
( ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଅନ୍ଧାର ଲିମା ଛକ ନିକଟରେ ମୋଟର ସାଇକେଲରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅଚେତ ଅବସ୍ଥାରେ ଓଡ଼ିଶା ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁରକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଥାଉକି ଏମ୍ କେ ରାଇ ଗ୍ରାମପଞ୍ଚାୟତ ହାଜରଡାଙ୍ଗୁ ଗ୍ରାମର ରାମ ଶବରଙ୍କ ପୁତ୍ର, ପେଣ୍ଡିଲି ଗ୍ରାମପଞ୍ଚାୟତ ରଙ୍ଗମାଟି ଗ୍ରାମର ବାସିନ୍ଦା ସୁବାଷ ଶବର ବୋଲି ଜଣାପଡିଛି । ସୁବାଷ ଶବର ଜଣେ ଦିନ ମଜୁରୀଆ ଥାପି ମିସ୍ତ୍ରୀ, ପ୍ରତିଦିନ ଥାପି ମିସ୍ତ୍ରୀ ଭାବେ ଗୁଡ଼ାରୀରେ କାମକରି ବାଇକ ଯୋଗେ ରଙ୍ଗମାଟି ଯିବା ଆସିବା କରିଥାଏ । ସେହିପରି ଆଜି ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଘରକୁ ଫେରିବା ବେଳେ ଅନ୍ଧାର ଲିମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତରେ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ଗୁଡ଼ାରୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସାରୁ ଅତ୍ୟଧିକ ମଦ୍ୟପାନ ସହ ଦୃତ ଗତିରେ ଗାଡି ଚାଳନା ହେତୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଜଣାପଡ଼ିଛି ।