ପୁରା ଖବର ବିଷୟରେ



ରବି ଧlନ-୨୦୨୧-୨୨ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ l

Apr 19 2022 9:08AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:ରାୟଗଡ ଜିଲ୍ଲାରେ ରବି ଧାନ -୨୦୨୧-୨୨ ସଂଗ୍ରହ କରିବାକୁ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଆଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ,ରାୟଗଡ ଶ୍ରୀ ରାଜ କିଶୋର ପାଣିଗ୍ରାହୀ, ଅତିରିକ୍ତ ଯୋଗାଣ ଅଧିକାରୀ, ଗୁଣପୁର ଶ୍ରୀ ଦେବ ବ୍ରତ ମହାପାତ୍ର,ଉପଖଣ୍ଡ ଯୋଗାଣ ଅଧିକାରୀ,ସିଏଚ ମୁରଲୀ କୃଷl ରାଓ,ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦୁଃଖୀ ଶ୍ୟାମ ପ୍ରହରାଜ, ଏଆରସିଏସଓ,ରାୟଗଡ, କୃଷକ ନେତା ଆଦି ଯୋଗଦାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଖରିଫ ଧାନ ଲକ୍ଷ୍ୟ ହାସଲ ଓ ରବି ଧlନର ଲକ୍ଷ୍ୟ ଧାର୍ଯ୍ୟ ,ଚାଷୀ ପଞ୍ଜିକରଣ ଉପରେ ସମ୍ୟକ ଆଲୋକପାତ କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ବିସ୍ତୃତ ଭାବରେ ଖରୀଫ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ ଉପରେ ଉପସ୍ଥାପନ କରିଥିଲେ l ଖରିଫ ଋତୁ ପାଇଁ ଜିଲ୍ଲାରେ ୧୭୪୭୫ ଜଣ ଚାଷୀ ପଞ୍ଜିକରଣ କରିଥିଲେ ସେଥି ମଧ୍ୟରୁ ୧୪୩୧୨ଚାଷୀଙ୍କ ଠାରୁ ୧୪ ପାକସ ଜରିଆରେ ୯୭୮୭୫.୮୩୧ମେଟ୍ରିକ୍ଟନ ଧାନ ଚାଷୀଙ୍କ ଠାରୁ କିଣାଯାଇଥିବା ପ୍ରକାଶ କରିଥିଲେ l ଚଳିତ ରବି ଧାନ ପାଇଁ ସରକାର ଏପର୍ଯ୍ୟନ୍ତ ରାୟଗଡ ଜିଲ୍ଲାକୁ ଲକ୍ଷ ଧାର୍ଯ୍ୟ କରି ନାହାନ୍ତିl ଜିଲ୍ଲାରେ ରବିରୁତୁ ଚାଷକୁ ଦେଖି ଜିଲ୍ଲା କୃଷି ଅଧିକାରୀ, ରାୟଗଡଙ୍କ ଆକଳନ ଅନୁଯାୟୀ ଆନୁମାନିକ ଉତ୍ପାଦନ୯୩୦୫ମେଟ୍ରିକ୍ଟନ ହେବ ବୋଲି କହିଛନ୍ତି l ଚଳିତ ବର୍ଷ ଜିଲ୍ଲାର ୯୪୨ଜଣ ଚାଷୀ ରବିଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି l ଜିଲ୍ଲାର ୧୧ଗୋଟି ଧାନ ସଂଗ୍ରହ କେନ୍ଦ୍ରରୁ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ l ପଞ୍ଜୀକୃତ ଚାଷୀଙ୍କ ଚାଷକୁ ଅନୁଧ୍ୟାନ କରିବା ପାଇଁ ସରକାର ଏକ ଦଳ ଗଠନ କରିଛନ୍ତି l ଆବଶ୍ୟକ ପଡ଼ିଲେ ଉପଗ୍ରହ ମାଧ୍ୟମରେ ମଧ୍ୟ ଅନୁଧ୍ୟାନ କରିବେ l ପ୍ରକୃତ ଚାଷୀଙ୍କୁ ଟୋକନ ଦିଆଯିବ ଏବଂ ଟୋକନ ଅବଧି ୧୫ଦିନ ଯାଏଁ କାଏମ ରହିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l ଧାନ ଅମଳ ଦେଖିକି ଆସନ୍ତା ମଇ ମାସ ୧୬ତାରିଖରୁ ମଣ୍ଡିଖୋଲିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି l ଚାଷୀମାନଙ୍କୁ ଧାନର ମାନ ଓ ସାଧାରଣ ସହାୟକ ମୂଲ୍ୟ ଉପରେ ଆଗୁଆ ସଚେତନତା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭସାଙ୍ଗ କରିଥିଲେ l