ପୁରା ଖବର ବିଷୟରେ



ବ୍ଳକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଓ ସଚେତନତା ମେଳା ଅନୁଷ୍ଠିତ ନିମନ୍ତେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ।

Apr 19 2022 8:38AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ମେଡିକାଲ ଅଧିକାରୀ ଶ୍ରୀ ଅରୁପାନନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଳକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଓ ସଚେତନତା ମେଳା ରଥର ପ୍ରଚାର ନିମନ୍ତେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସାଦ ଲିମାଙ୍କ କରକମଳରେ ଶ୍ରୀଫଳ ଭାଙ୍ଗିଥିବା ବେଳେ ମେଡିକାଲ ଅଧିକାରୀ ଶ୍ରୀ ବେହେରା ପତକା ପ୍ରଦର୍ଶନ କରି ପ୍ରଚାର ରଥର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୨୧-୪-୨୦୨୨ ତାରିଖ ୭ ଢଣ୍ଟିକା ସମୟରେ ନୂଆ ବସ୍ ଷ୍ଟାଣ୍ଡ ଠାରେ ଅଭିଜ୍ଞ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାର ବ୍ଳକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଓ ସଚେତନତା ମେଳା ଅନୁଷ୍ଠିତ ହେବ । ଏହି ଅବସରରେ ଗୁଡ଼ାରୀ ତଥା ଗୁଡ଼ାରୀ ଅଞ୍ଚଳର ଜନସାଧାରଣ ନିମନ୍ତେ ଅଭିଜ୍ଞ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାର ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ସେବା, ଆବଶ୍ୟକ ସ୍ଥଳେ ରକ୍ତ,ମୁତ୍ର,କଫ ଇତ୍ୟାଦିର ପରୀକ୍ଷା ଓ ନିଦାନ, ବିଭିନ୍ନ ରୋଗ ବିଷୟରେ ଶିକ୍ଷାଦାନ ଓ ପ୍ରଦର୍ଶନ, ଯୋଗଶିକ୍ଷା ପ୍ରଦାନ, ଇତ୍ୟାଦି ଇତ୍ୟାଦି ଅନେକ ସ୍ବାସ୍ଥ୍ୟ ସମନ୍ଦିୟ ପ୍ରଦର୍ଶନ ସେବା ମାଗଣାରେ ମିଳିପାରିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ସମିତି ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାଙ୍କୁଡ,ବିପିଏମ ଶ୍ରୀ ଦେବାଶିଷ ଭଟ୍ଟ,ବ୍ଳକ ଆକାଉଣ୍ଟ୍ ମ୍ୟାନେଜର ରାଜେଶ ପ୍ରସାଦ, ବ୍ଳକ ଡାଟା ଏଣ୍ଟ୍ରି କୁନ୍ଦୁରୁ ରାଜେଶ ଓ ବହୁ ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।