ପୁରା ଖବର ବିଷୟରେ



ଜିଲ୍ଲାପାଳଙ୍କ ଗୁଡ଼ାରୀ ବ୍ଳକ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ ।

Apr 16 2022 9:07PM
( ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଓ ପରିଷଦ ଗସ୍ତରେ ରାୟଗଡ଼ା ଜିଲ୍ଲପାଳ ଶ୍ରୀ ସରଜ କୁମାର ମିଶ୍ର ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ୫T ଅନ୍ତର୍ଗତ ରୁପାନ୍ତରିଣ ବିଦ୍ୟାଳୟ ମାନ ପରିଦର୍ଶନ ସହ ଅନୁଧ୍ୟାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ମଧୁବନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଲିଗୁଡା ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମାଣ ହେଉଥିବା ପୋଖରୀ ଓ ମିଶନ ଶକ୍ତି ଗୃହ ଅନୁଧ୍ୟାନ ସହ ଗ୍ରାମରେ ଗଡ଼ି ଉଠିଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ଓ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଅଭିଯୋଗ ଆଣିଲେ ଓ ମଧୁବନ ପଞ୍ଚାୟତର ସରପଞ୍ଚ ସହିତ ପିଇବା ପାଣି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏତଦ ବ୍ୟତୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଅସଡା, ଶିରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନେତାଜୀ ସୁବାଷ ବୋଷ ବିଦ୍ୟାଳୟ ଭୁରୁକୁଡୁ, ସରକାରୀ ଉଚ୍ଚ ବିଦ୍ୟାଳୟ କଦମା, ଡଃ.ଗୀରିଧାରୀ ଉଚ୍ଚ ବିଦ୍ୟାଳୟ ଏମ.କେ.ରାଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ାରୀ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭିତିଭୂମି ଉନ୍ନତ ମାନର କରିବା ନିମନ୍ତେ ବିଶେଷ କରି ଶ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ପାଠାଗାର, ଖେଳପଡିଆ ଆଦି ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ସହ ରୁପାନ୍ତରିତ ବିଦ୍ୟାଳୟ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ଦୁଇମାସ ହେଲା କାର୍ଯ୍ୟ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ନହୋଇ ଅତି ମନ୍ଥର ଗତିରେ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଉତ୍ତମ ମାନର କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ ଅପେକ୍ଷା 5T ବିଦ୍ୟାଳୟ ସମ୍ପୁର୍ଣ୍ଣ ଅଲଗା ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀର କାର୍ଯ୍ୟକୁ ସମ୍ପୁର୍ଣ୍ଣ ଅସନ୍ତୋଷ ପ୍ରକାଶ କରି ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର ଓ ପରିଷଦର ଯନ୍ତ୍ରୀ ଓ ବ୍ଳକ ଯନ୍ତ୍ରୀ ମାନଙ୍କୁ ଉତ୍ତମ ମାନର କାର୍ଯ୍ୟ ନିମନ୍ତେ ଅନ୍ୟାନ୍ୟ ସ୍କୁଲ ବୁଲି ଦେଖି କାର୍ଯ୍ୟ କରିବାକୁ କହିବା ସହ ହେଡ କ୍ୱଟର କାର୍ଯ୍ୟ ଏପରି ପଛୂଆ ଓ ନିମ୍ନ ମାନର ହେବ, ମୁ କଳ୍ପନା କରିନଥିଲି ବୋଲି ଅସନ୍ତୋଷ ପ୍ରକାଶ କରି ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ମାନଙ୍କୁ କାର୍ଯ୍ୟ ତତ୍ପରତା ଦେଖାଇବାକୁ କହିଥିଲେ । ଏହି ଅବସରରେ ଗୁଡ଼ାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର, ଅତିରିକ୍ତ ଯନ୍ତ୍ରୀ ଶ୍ରୀମତୀ ସସ୍ମିତା ଶବର, ଅତିରିକ୍ତ ଯନ୍ତ୍ରୀ ଶ୍ରୀ ନିଳାଞ୍ଚଳ ପଣ୍ଡା,କନଷ୍ଟ ଯନ୍ତ୍ରୀ ଶ୍ରୀମତୀ ଝରଣା ତ୍ରିପାଠୀ, ବ୍ଳକ ତଥା ପଞ୍ଚାୟତରେ କାର୍ଯ୍ୟରତ ଅଧିକାରୀ ଏବଂ ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।