ପୁରା ଖବର ବିଷୟରେ



ଭାରତ ରତ୍ନ ବାବା ସାହେବ୍ ଡ଼. ବି.ଆର ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳନ

Apr 16 2022 9:00AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଶତାବ୍ଦୀର ମହାନ୍ ଯୋଦ୍ଧା,ମୁକ୍ତି ସଂଗ୍ରାମର ସାରଥୀ, ବୋୖଦ୍ଧିସତ୍ୱ, ଭାରତୀୟ ସମ୍ବିଧାନର ପ୍ରଣେତା,ବିଶ୍ୱ ଜ୍ଞାନର ପ୍ରତୀକ ତଥା ଭାରତୀୟ ଜନନାୟକ, ଭାରତ ରତ୍ନ ବାବା ସାହେବ୍ ଡ଼. ବି.ଆର.ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ଉପଲକ୍ଷେ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ଗାନ୍ଧୀ ଛକ ନିକଟରେ ଡ଼. ଅମ୍ବେଦକର ସେବା ସଦନ କମିଟି ଗୁଡ଼ାରୀ ତରଫରୁ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନ, ସମ୍ମାନିତ ଅତିଥି ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର, ସମ୍ମାନିତ ଅତିଥି ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଗୁଡ଼ାରୀ ପ୍ରେସ ୟୁନିୟନର ସଭାପତି ଶ୍ରୀ ପ୍ରମୋଦ କୁମାର ପତି, ସଭାନେତ୍ରୀ ଶ୍ରୀମତୀ ଦେବକୀ ବିଡିକା, ସମ୍ମାନିତ ଅତିଥି ଘାସିରାମ ସ୍ରାମୁଟିକା, ମୂଖ୍ୟ ବକ୍ତା ନାଗେଶ୍ଵର ବଣିଆ,ରାଜୁ ପ୍ରଧାନ, ମନୋଜ କୁମାର ବଣିଆ, ମଞ୍ଚାସୀନ ରହିଥିବା ବେଳେ କମିଟିର କାର୍ଯ୍ୟକର୍ତ୍ତା ସଞ୍ଜୟ ଲିମା,ରେଞ୍ଜୁ ପାଣି,ଭୋଗି ଲିମା,ଓ ସଦସ୍ୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଆମ୍ବେଦକରଙ୍କ ସାମ୍ବିଧାନିକ ବିଚାରଧାରା ବ୍ୟବସ୍ଥାକୁ ଘରେ ଘରେ ପରିଚିତ କରାଇବା ତତ୍ ସହିତ ନିଜର ବିଚାର ଧାରା ଜାତିବାଦ,ଧର୍ମ ବାଦକୁ ପରିବର୍ତ୍ତନ କରିବା ସହ ନିଜ ମାନବ ଜାତିର ଇତିହାସ ଜାଣିବାକୁ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସମସ୍ତ ପରିଚାଳନା କମିଟିର ଉପଦେଷ୍ଟା ଶ୍ରୀ ପ୍ରସାଦ ଲିମା ତୁଲାଇ ଥିବା ବେଳେ ମଞ୍ଚାସିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୁର୍ବକ ସଭା ଶେଷର ଘୋଷଣା କରିଥିଲେ ।