Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଉତ୍କଳ ଆଲୁମିନା ପକ୍ଷରୁ ଗାଡିଚାଳନା କ୍ଷେତ୍ରରେ କୁଶଳତା ବିକାଶ ତାଲିମ
Apr 15 2022 7:56PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା ଟିକିରି : ଜନସମୁଦାୟଙ୍କ ଜୀବିକା ଉପରେ ସକାରାତ୍ମକ ପ୍ରଭାବ ପକାଇବା ଦିଗରେ ନିଜର ନିରନ୍ତର ପ୍ରୟାସ ଆଧାରରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ନବରଙ୍ଗପୁରସ୍ଥିତ ମେସର୍ସ ଶ୍ରୀ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହିତ ମିଶି ନୂଆପଡାଠାରେ ୨୦୨୨ ଏପ୍ରିଲ ୧୩ ତାରିଖରେ ଗାଡିଚାଳନା କ୍ଷେତ୍ରରେ କୁଶଳତା ବିକାଶ ତାଲିମ ଶୁଭାରମ୍ଭ କରିଛି। ପାରିପାର୍ଶ୍ବକ ଗ୍ରାମଗୁଡିକରେ ଆଗ୍ରହୀ ଯୁବବର୍ଗଙ୍କୁ ଡ୍ରାଇଭିଂ କୁଶଳତା ଓ ପ୍ରମାଣପତ୍ର ପ୍ରଦାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହା ସେମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ପଥ ପ୍ରଦର୍ଶନ କରିବ। ତାଲିମ କାର୍ଯ୍ୟକ୍ରମରେ ୩୦ ଜଣ ଗ୍ରାମାଞ୍ଚଳ ଯୁବକ ନାମ ଲେଖାଇଛନ୍ତି। ଏହା ଏକ ମାସ ଅବଧୂର ତାଲିମ କାର୍ଯ୍ୟକ୍ରମ ଯେଉଁଠାରେ ଅଂଶଗ୍ରହଣକାରୀଙ୍କୁ ଥୁଓରୀ ଏବଂ ପ୍ରାକ୍ଟିକାଲ ପ୍ରଶିକ୍ଷଣ ଜରିଆରେ ନିରାପଦ ଗାଡି ଚାଳନା କୌଶଳ ସମ୍ପର୍କରେ ଓତଃପ୍ରୋତ ଭାବରେ ତାଲିମ ଦିଆଯିବ। ତାଲିମ ବିଷୟବସ୍ତୁ ମଧ୍ୟରେ ମୌଳିକ କାର୍ ନିୟନ୍ତ୍ରଣ କୁଶଳତା, ଗାଡି ଚାଳନା କୌଶଳ, ଟ୍ରାଫିକ ନିୟମ ଏବଂ ଆଇନ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଲିମ ପରବର୍ତୀ ସମୟରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ। ଶ୍ରୀ ମଜହର ବେଗ, ୟୁନିଟ ହେଡ୍, ଉତ୍କଳ ଆଲୁମିନା ଏବଂ ଶ୍ରୀ ବିକାଶ ଚନ୍ଦ୍ର ବେନ, ଜିଏମ୍, ଆରଆଇସି, ରାୟଗଡା କାର୍ଯ୍ୟକ୍ରମ ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ଅତିଥ୍ ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀ ସବ୍ୟସାଚୀ ସାହୁ, ଶିଳ୍ପ ବିକାଶ ଅଧିକାରୀ, ରାୟଗଡ. ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍-ସିଏସ୍ର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଆର୍ ଆଣ୍ଡ ଆର୍, ଲ୍ୟାଣ୍ଡ, ଶ୍ରୀ ଜୟ ତିୱାରୀ, ହେଡ୍ ସେପ୍ଟି, ଉତ୍କଳ ଆଲୁମିନା ଏବଂ ଶ୍ରୀ ସତ୍ୟବାଦୀ ଷଡଙ୍ଗୀ, ଚିଫ୍ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ନବରଙ୍ଗ ପୁର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥ୍ ଭାବରେ ୟୁଏଆଇଏଲ୍ର ବରିଷ୍ଠ ପଦାଧୂକାରୀ, ସିଏସ୍ର, ପ୍ରଶାସନ ଏବଂ ସିଆର୍ ଆଣ୍ଡ ସଷ୍ଟେନେବିଲିଟି ଟିମ୍ ସହିତ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ଶ୍ରୀ ବେଗ୍ ଅଂଶଗ୍ରହଣକାରୀଙ୍କୁ ଜୀବିକା ଉପାର୍ଜନ ଉତ୍ସ ଭାବରେ ଗାଡି ଚାଳନାକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ, କାରଣ ଏହି କ୍ଷେତ୍ରର ବିପୁଳ ଚାହିଦା ରହିଛି । ସେ ମଧ୍ୟ ଗାଡି ଚାଳନାର ସୁରକ୍ଷାଗତ ଦିଗ ଏବଂ ନୀତି ନିୟମ ଉପରେ ଗୁରୁତ୍ଵ ଦେବା ସହିତ ଏହାକୁ କଡାକଡି ଭାବରେ ଅନୁପାଳନ କରିବାକୁ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ। “ଉତ୍କଳ ଆଲୁମିନା ସର୍ବଦା ଏହି ଅଞ୍ଚଳର ଯୁବବର୍ଗଙ୍କ କୁଶଳତାର ଉନ୍ନତିସାଧନ ନିମନ୍ତେ ପ୍ରତିବଦ୍ଧ ରହିଛି ଏବଂ ଏହା ଆଗାମୀ ଦିନଗୁଡିକରେ ଏହିଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବ,” ବୋଲି ଶ୍ରୀ ମଜହର ବେଗ୍ କହିଥିଲେ। ଗାଡିଚାଳନାକୁ ସେମାନଙ୍କର ଆତ୍ମନିଯୁକ୍ତି ଉତ୍ସ ଭାବରେ ଗ୍ରହଣ ପାଇଁ ପସନ୍ଦ କରୁଥିବା ଆଶାୟୀ ଗାଡିଚାଳକଙ୍କୁ ସମର୍ଥନ କରିବା ଦିଗରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଭୂମିକା ଉପରେ ଶ୍ରୀ ବେନ୍ ଗୁରୁତ୍ଵ ଦେଇଥିଲେ। ବ୍ୟବସାୟିକ ଉଦ୍ଦେଶ୍ୟରେ ଗାଡି ଖରିଦ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇଦେବାକୁ ସେ ପ୍ରତିଶୃତି ଦେଇଥିଲେ। ଉତ୍କଳ ଆଲୁମିନାର ମହତ୍ ପ୍ରୟାସକୁ ସେ ପ୍ରଶଂସା କରିବା ସହିତ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କ ଲାଭ ଉଦ୍ଦେଶ୍ୟରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସିଏସଆର୍ ଟିମ୍କୁ ନିଜର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ ବିଶିଷ୍ଟ ଅତିଥିମାନଙ୍କୁ ଉତ୍ସବରେ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନା ସିଏସ୍ର ଟିମ୍ ପରିଚାଳନା କରିଥିଲେ। ଏକ ଦାୟିତ୍ଵସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ପାରିପାର୍ଶ୍ଵକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯନ୍, ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିଭିଭୂମି କ୍ଷେତ୍ରରେ ନିଜର ସିଏସ୍ର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେଉଛି। ମୋଟ ଉପରେ ୟୁଏଆଇଏଲ ଓଡ଼ିଶାରେ ୮୪ଟି ଗ୍ରାମରେ ନିଜକୁ ନିୟୋଜିତ ରଖୁବା ସହିତ ୩୦,୦୦୦ ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।