ପୁରା ଖବର ବିଷୟରେ



ସଟ୍ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ

Apr 14 2022 4:15PM
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ବଡ଼ସିଂହପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ୮ଟି ଗୋରୁଙ୍କ ସହ ୩ଟି ଛେଳି ଜୀବନ୍ତ ଦଗ୍ଧ l ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାରୁ ପ୍ରକାଶଯେ ବଡ଼ସିଂହପୁର ଗାଁରେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଗାଁର ଶିବ ଦାସ ଓ ଜାନକି ଦାସଙ୍କ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଫଳରେ ୮ଟି ଗୋରୁଙ୍କ ସହ ୪ଟି ଛେଳି ଜୀବନ୍ତ ଦଗ୍ଧ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନି ବିପନ୍ନ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।