ପୁରା ଖବର ବିଷୟରେ



ବିଶ୍ୱ ପ୍ରସିଦ୍ଧ ମୟୁରଭଞ୍ଜ ଛଉ ମୋହତ୍ସବ ବାରିପଦା ଛଉ ପଡିଆରେ ଅନୁଷ୍ଠିତ ହୋଇଯାଇଛି

Apr 13 2022 10:25AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଛଉ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଛଉପଡିଆରେ ଅନୁଷ୍ଠିତ ଏହି ମହୋତ୍ସବ ମୟୂରଭଞ୍ଜ ଜିଲ୍ଲା ଛଉନୃତ୍ୟ ପ୍ରତିଷ୍ଠାନର ସଭାପତି ତଥା ମୟୁରଭଞ୍ଜ ର ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟଅତିଥି ଭାବେ ଯୋଗଦାନ କରି ଥିବା ବେଳେ ଅତିଥି ଭାବେ ମୋରଡା ବିଧାୟକ ରାଜ୍‌କିଶୋର ଦାସ, ସାରସକଣା ବିଧାୟକ ଡାଃ ବୁଢାନ୍ ମୁର୍ମୁ, କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦାଃ, ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ଓ ପିଡି,ଡିଆରଡିଏ ପି. ଅନ୍ୱେଷା ରେଡୀ ପ୍ରମୁଖ ଯୋଗଦେଇ ଛଉନୃତ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲା ଆଦି ବିଶ୍ୱଦରବାରରେ ପରିଚିତ ବୋଲି ନିଜ ନିଜର ମତ ରଖିଥିଲେ । ଉକ୍ତ ଉତ୍ସବରେ ବରିଷ୍ଠ ପ୍ରଧାନଶିକ୍ଷକ ସୋମନାଥ ସିଂ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛଉପଡିଆ ନିକଟ କଲେଜ ପଡିଆରେ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଥିଲା । ଉଦଘାଟନ ସନ୍ଧ୍ୟାରେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଛଉକଳାକାରଙ୍କ ପକ୍ଷରୁ ଛଉନୃତ୍ୟ ପରିବେଷଣ କରାଯାଇଥିଲା । ମାଦଳ, ଧୁମଷା ତଥା ବିରବାଦ୍ୟର ତାଳେତାଳେ ଛଉକଳାକାରଙ୍କ ନୃତ୍ୟରେ ଦୁଲୁକି ଉଠିଥିଲା ଛଉମଣ୍ଡପ । ମଙ୍ଗଳବାର ସନ୍ଧ୍ୟାରେ ବାରିପଦାର ଦୁଇ ପାରମ୍ପାରିକ ଛଉନୃତ୍ୟ ପ୍ରତିଷ୍ଠାନ ଉତ୍ତରସାହି ଓ ଦକ୍ଷିଣସାହି ଛଉ କଳାକାରଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯିବା । ଛଉନୃତ୍ୟ ଦେଖିବା ପାଇଁ ବାରିପଦା ସହର ସମେତ ଆଖପାଖ ଜିଲ୍ଲା ସହ ପଡୋଶୀ ରାଜ୍ୟରୁ ମଧ୍ୟ ଛଉ ପ୍ରେମିିକଙ୍କ ସମାଗମ ହୋଇଥିଲା । ବୁଧୁବାର ଛଉମହୋତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବାସହ ସୁଯୋଗ୍ୟ ଛଉକଳାକାର ଓ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉତ୍ତରସାହି ଓ ଦକ୍ଷିଣସାହି ପକ୍ଷରୁ ପ୍ରସିଦ୍ଧ ଛଉନୃତ୍ୟ ପରିବେଷଣ କରାଯିବ ।