ପୁରା ଖବର ବିଷୟରେ



ସୀତାମା କଲ୍ୟାଣ ମଣ୍ଡପ ରାଧାକୃଷ୍ଣ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ାରୀରେ ସ୍ବାସ୍ଥ୍ୟ ହିଁ ଜୀବନ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

Apr 12 2022 11:54AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ସୀତାମା କଲ୍ୟାଣ ମଣ୍ଡପ ରାଧାକୃଷ୍ଣ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ସ୍ବାସ୍ଥ୍ୟ ହିଁ ଜୀବନ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆଜି ୧୨-୪-୨୦୨୨ ତାରିଖ ପୂର୍ବାହ୍ନ ୯ଘଣ୍ଟିକା ସମୟରେ ପ୍ରଫେସର ନକ୍ଷତ୍ର ମାଳା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଗୁଡ଼ାରୀର ବରପୁତ୍ର ସ୍ବର୍ଗତ ଡ.ରାମନାଥ ପାଣିଗ୍ରାହୀଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ପ୍ରଫେସର ଡ. ନକ୍ଷତ୍ର ମାଳା ପାଣିଗ୍ରାହୀ, ଡ଼. ମନୋଜ କୁମାର ପାଣିଗ୍ରାହୀ, ଡ଼. ସାନୋଦେବୀ, ଡ଼. ମାନସ ପାଣିଗ୍ରାହୀ, ଡ଼. ଅନୁରାଧା ପଣ୍ଡା, ଡ଼. ମାନସୀ ପାଣିଗ୍ରାହୀ,ଓ ଡ଼ ସନ୍ଧ୍ୟା ପାଣିଗ୍ରାହୀଙ୍କ ସହଯୋଗ ଏବଂ ଉପସ୍ଥିତିରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ରାଧାକୃଷ୍ଣ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ାରୀ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସ୍ବର୍ଗତ ପାଣିଗ୍ରାହୀଙ୍କ ପରିବାରର ସମସ୍ତ ସଦସ୍ୟ ଡକ୍ଟର ଓ ପ୍ରଫେସର ଉକ୍ତ ଶିବିରରେ ଯୋଗଦେଇଥିବା ବେଳେ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା କରିବା ଦେଖିବାକୁ ମିଳିଛି ।