ପୁରା ଖବର ବିଷୟରେ



ଶ୍ରୀ ଶ୍ରୀ ଶ୍ରୀ ମାଁ ତିଥୀ ମାଣିକେଶ୍ଵରୀ ଦୂର୍ଗାଙ୍କ ଅଗ୍ନି ଦହନ ଯାତ୍ରା ଶାନ୍ତି ପୂର୍ଣ୍ଣ ଭାବେ ଶେଷ

Apr 12 2022 9:35AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଡଙ୍ଗର ଖାରିଗୁଡା ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ମାଁ ତିଥୀ ମାଣିକେଶ୍ଵରୀ ଦୂର୍ଗାଙ୍କ ବାର୍ଷିକ ଅଗ୍ନି ଦହନ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି । ଉକ୍ତ ଯାତ୍ରା ୯-୪-୨୦୨୨ ତାରିଖ ଠାରୁ ୧୧-୪-୨୦୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।ପ୍ରଥମ ଦିନରେ ବାଲି ସଂଗ୍ରହ ସହ ବିହନ ପୋତା,୨ୟ ଦିନ ଉପବାସ ଓ ୩ୟ ଦିନ ଅଗ୍ନି ଦହନ ରିତି ରହିଥିଲା । ସୁଚନା ଥାଉକି ଉକ୍ତ ଯାତ୍ରା ନିତି ନିୟମ ଅନୁସାରେ ନାଳରୁ ବାଲି ସଂଗ୍ରହ କରି ସ୍ଥାପନ କରାଯାଇ ଗାଁରେ ପ୍ରତି ଘରୁ ବିହୀନ ମାଗି ଜ୍ୱଳନ୍ତା ନିଆଁରେ ଏକ ଗାମୁଛାରେ ଭାଜି ବାଲିରେ ଭଜା ବିହନକୁ ପୋତା ଯାଇଥିଲା ।ରିତିମତ ଅନୁସାରେ ଉକ୍ତ ପୋତା ଯାଇଥିବା ବିହନ ଦୁଇ ଦିନ ପରେ ଅର୍ଥାତ୍ ତୃତୀୟ ଦିନରେ ଗଜାଦେଖି ଅଗ୍ନି ଦହନ ବା ନିଆମଡା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସେବକ ତଥା ପୁଜାରୀ ଶ୍ରୀମତୀ ଯମୁନା ଶବର, ସ୍ବାମୀ ଈଶ୍ୱର ଶବର,ଜାନୀ ଡମ୍ବରୁଧର ଶବର ସମେତ ଅନ୍ୟାନ୍ୟ ସେବକ ମାନଙ୍କ ସହଯୋଗରେ ଜ୍ୱଳନ୍ତା ନିଆଁ ଉପରେ ରାତ୍ର ୯-୩୦ ସମୟରେ ତିଥି ଅନୁସାରେ ପ୍ରଥମେ ପୁଜାରୀ ଶ୍ରୀମତି ଯମୁନା ଚାଲିବା ପରେ ଉପବାସ ରଖିଥିବା ଭକ୍ତମାନେ ଚାଲାବା ଏକ ଆକର୍ଷଣୀୟ ଦୃଶ୍ୟମାନ ଥିଲା । ଏହି ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଉକ୍ତ ଉତ୍ସବ ୧୩-୪-୨୦୨୨ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।