ପୁରା ଖବର ବିଷୟରେ



ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପୁତ୍ର ବଧୁଙ୍କ ଦେହାନ୍ତ

Apr 9 2022 8:16PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ନବରଙ୍ଗପୁର, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିଵ ତ୍ରିପାଠୀଙ୍କ ପୁତ୍ର ବଧୁ ତଥା ନବରଙ୍ଗପୁର ପୋୖର ପାଳିକାର ପ୍ରଥମ ଚେୟାରମ୍ୟାନ ସ୍ୱର୍ଗତ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଧର୍ମ ପତ୍ନୀ ସତ୍ୟଭାମା ତ୍ରିପାଠୀଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି। ନବରଙ୍ଗପୁର ସ୍ଥିତ ତାଙ୍କ ବାସ ଭବନ ଠାରେ ଶନିବାର ପ୍ରାତଃ ସମୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗ ସମୟରେ ତାଙ୍କ ପୁତ୍ର ଆଇନଜୀବୀ ପୁରୁଷୋତ୍ତମ ତ୍ରିପାଠୀଙ୍କ ପରିବାର ସମେତ ତାଙ୍କ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ରହିଥିଲେ। ତାଙ୍କ ଶେଷ କୃତ୍ୟ ଇନ୍ଦ୍ରାବତୀ ସ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ତାଙ୍କ ପୁତୁରା ପୂର୍ବତନ କାଉନସିଲର କେଦାର ତ୍ରିପାଠୀ, କବିୟତ୍ରୀ ସଂଯୁକ୍ତା ତ୍ରିପାଠୀ, ପୁତୁରା ମହେନ୍ଦ୍ର, ରବୀନ୍ଦ୍ର, ଜିତୁ, ଜିଲୁ, ଆଇନଜୀବୀ ସଙ୍ଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର ପ୍ରମୁଖ ଶୋକ ପ୍ରକଟ କରିଛନ୍ତି।