ପୁରା ଖବର ବିଷୟରେ



ଅସନ୍ତୋଷ ମଧ୍ୟରେ ଅପ୍ରତିଦ୍ଵନ୍ଦୀ ଭାବେ ହାତେଇଲେ ପୋୖର ଉପାଧ୍ୟକ୍ଷ ଆସନ ଶ୍ରୀ ବି.ୟୋଗେଶ ରାଓ

Apr 8 2022 11:18AM
ଅସନ୍ତୋଷ ମଧ୍ୟରେ ଅପ୍ରତିଦ୍ଵନ୍ଦୀ ଭାବେ ହାତେଇଲେ ପୋୖର ଉପାଧ୍ୟକ୍ଷ ଆସନ ଶ୍ରୀ ବି.ୟୋଗେଶ ରାଓ (ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜି ସାରା ରାଜ୍ୟରେ ପୋୖର ଉପାଧ୍ୟକ୍ଷ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯାଇଛି । ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲେ ହେଁ କୋୖଣସି ପ୍ରଭାବ ପଡ଼ିନଥିଲା ଉପାଧ୍ୟକ୍ଷ ନିର୍ବାଚନରେ । ଅପ୍ରତିଦ୍ୱନ୍ଦୀ ଭାବେ ଉପାଧ୍ୟକ୍ଷ ଆସନ ହାତେଇ ଥିଲେ ଶ୍ରୀ ବି. ୟୋଗେଶ ରାଓ । ସୂଚନା ଥାଉକି ଆଜି ନିର୍ବାଚନ ପୂର୍ବଦିନରୁ ରବିନ୍ଦ୍ର ନାଥ ପାତ୍ରଙ୍କ ନାମ ଘୋଷଣା କରିଥିଲେ । କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ପହଞ୍ଚିଲା ପରେ ଦଳୀୟ ଚିନ୍ତା ଧାରାରେ ଏକ ଉଇଲରେ ଦସ୍ତଖତ କରାଇଥିଲେ ଓ ଦସ୍ତଖତ କଲାପରେ ବି.ୟୋଗେଶାକୁ ଉପାଧ୍ୟକ୍ଷ ପଦବୀରେ ମୋନନିତ କରାଗଲା ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ସେଥି ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କିନ୍ତୁ ମନ୍ତ୍ରୀ ସାରକା ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର ଓ କିଛି କାଉନସିଲରଙ୍କୁ ନେଇ ପରିଷଦରେ ପହଞ୍ଚିଥିଲେ ଏବଂ ପରେ ପରେ ଅନ୍ୟ କାଉନସିଲର ମାନେ ପହଞ୍ଚି ଥିଲେ ତଥାପି ରବିନ୍ଦ୍ର ନାଥ ପାତ୍ର ସହ ଆଉ ଦୁଇ ଜଣ କାଉନସିଲର ପରେ ପହଞ୍ଚିଥିଲେ । ସେମାନେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସମୟ ହୋଇଯାଇଥିବା ସୁଚନା ମିଳିଥିଲା । ଫଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା କିନ୍ତୁ ପୂର୍ବରୁ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇ ଯାଇଥିଲା । ଉକ୍ତ ନିର୍ବାଚନ ପ୍ରକ୍ରିୟାରେ ଗୁଡ଼ାରୀ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ ରହିଥିବା ବେଳେ ଏଜେଣ୍ଟ ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହିଥିଲେ । ଶେଷରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର ଓ ୧୧ ଜଣ ବିଜେଡ଼ି କାଉନସିଲର ମାନଙ୍କ ଉପସ୍ଥିତରେ କିଛି କଥୋପକଥନ ଆରମ୍ଭ ହୋଇଥିବା ବେଳେ ନିର୍ବାଚନରେ ଅଶୋକ ପାତ୍ର, ଟୁନା ଗୋୖଡ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ । ଶେଷରେ ନିର୍ବାଚନ ଅଧିକାରୀ ପୋୖର ଉପାଧ୍ୟକ୍ଷ ଶ୍ରୀ ବି.ୟୋଗେଶଙ୍କ ନାମ ଘୋଷଣା କରିଥିଲେ । ନିର୍ବାଚନର ସୁରକ୍ଷା ଦାୟିତ୍ବରେ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲୀ, ସହାୟକ ଉପ ଆରକ୍ଷୀ ନିରୀକ୍ଷକ ଓ ଆରକ୍ଷୀ ମାନେ ଉପସ୍ଥିତ ରହିଥିଲେ । ନିର୍ବାଚନରେ ଦଳୀୟ କର୍ମୀମାନଙ୍କ ଅସନ୍ତୋଷ ଦେଖା ଦେଇଥିଲେ ହେଁ ମନ୍ତ୍ରୀ ଶ୍ରୀ ସାରକା ଅସନ୍ତୋଷ ରହି ନାହିଁକି ରହିବ ନାହିଁ ବୋଲି ମତ ସାବ୍ୟସ୍ତ କରିଥିଲେ ।