ପୁରା ଖବର ବିଷୟରେ



ଗୁଡ଼ାରୀ ପରିଷଦ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ଵ ଗ୍ରହଣ ସହ ୧୨୧ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ ।

Apr 4 2022 7:35PM
( ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ କାର୍ଯ୍ୟାଳୟରେ ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବରଙ୍କ ଦାୟିତ୍ଵ ଗ୍ରହଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ୧୧ ଜଣ କାଉନସିଲର, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ଶ୍ରୀ ସୁଧିର ଦାସ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର ଓ ଗୁଡ଼ାରୀ ବିଜେଡି ପାର୍ଟି ପକ୍ଷରୁ ଅଶୋକ ପାତ୍ର, ଟୁନା ଗୋୖଡ, ସନ୍ତୋଷ ମହାନ୍ତି, କେଦାରନାଥ ସାହୁ ଓ ବହୁ ବିଜେଡି କର୍ମୀଙ୍କ ଉପସ୍ଥିତିରେ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବରଙ୍କୁ ଯୁଗ୍ମ ଦସ୍ତଖତରେ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ପ୍ରଥମେ ଅଧ୍ୟକ୍ଷା ଶ୍ରୀମତୀ ସରମିତା ଶବରଙ୍କୁ କାର୍ଯ୍ୟାଳୟ ପକ୍ଷରୁ ନିର୍ବାହୀ ଅଧିକାରୀ ଫୁଲ ତୋଡା ଦେଇ ସ୍ବାଗତ ଜଣାଇ ପାଛୋଟି ନେବା ସହ ଆସନ ଅଳଙ୍କୃତ କରାଇଥିଲେ ଏବଂ ଯୁଗ୍ମ ସ୍ବାକ୍ଷରିତରେ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।ଏହି ଅବସରରେ ଗୁଡ଼ାରୀ ସହରର ୧୨୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କାର୍ଯ୍ୟାଦେଶ ବଣ୍ଟନର ସମସ୍ତ ପରିଚାଳନା ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ଇତିଶ୍ରୀ ତ୍ରିପାଠୀ କରିଥିଲେ ।