ପୁରା ଖବର ବିଷୟରେ



ବାଇନାଗୁଡା ବ୍ରଜ ନିକଟରେ ଶ୍ରୀ ଶ୍ରୀ ଶ୍ରୀ ହୂଳାପୁଡି ମାଣିକେଶ୍ଵରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Apr 2 2022 9:14PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବାଇନାଗୁଡା ବ୍ରଜ ନିକଟରେ ଶ୍ରୀ ଶ୍ରୀ ଶ୍ରୀ ହୂଳାପୁଡି ମାଣିକେଶ୍ଵରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ମଧୁବନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଇନାଗୁଡା ଓ ଗୁଡ଼ାରୀ ସିମାନ୍ତ ବଂଶଧାରା ନଦୀ ବ୍ରିଜ ନିକଟରେ ଆଜି ୨-୪-୨୦୨୨ ତାରିଖ ଅପରାହ୍ନ ୩-୩୦ ମିନିଟ ସମୟରେ ଶ୍ରୀ ଶ୍ରୀ ଶ୍ରୀ ହୂଳାପୁଡି ମାଣିକେଶ୍ଵରୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ କର୍ତ୍ତା ତଥା ପୂଜକ ଶ୍ରୀ ନୀଳାଦ୍ରି ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଂଶଧାରା ନଦୀରୁ ୫୧ କଳସରେ ଗଙ୍ଗା ଆବାହନ ଓ ମାଁ ମାଣିକେଶ୍ଵରୀ ଗଡ଼ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ସ୍ଥାପନ କରିଥିଲେ । ଆସନ୍ତାକାଲି ଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ଶୋଡ଼ଶ ଉପଚାର ପୂଜା ସହ ନାମ ସଂକୀର୍ତ୍ତନ, ହୋମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବାଇନା ଗୁଡ଼ା ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା ।