ପୁରା ଖବର ବିଷୟରେ



ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ଆହାର କେନ୍ଦ୍ରରେ 7ତମ ଆହାର ବାର୍ଷିକ ଦିବସ ପାଳିତ ।

Apr 2 2022 11:02AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ଆହାର କେନ୍ଦ୍ରରେ 7ତମ ଆହାର ବାର୍ଷିକ ଦିବସ ପାଳିତ । ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ପକ୍ଷରୁ 7ତମ ଆହାର ବାର୍ଷିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗୁଡାରି ନୂତନ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରରେ କେକ୍ କାଟି ଆହାର ଦିବସ ପାଳନ କରିଥିଲେ ।ଏହି ଅବସରରେ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର,କନିଷ୍ଟ ଯନ୍ତ୍ରୀ ଗିରିଶ ଚନ୍ଦ୍ର ମିଶ୍ର, ଆହାର କେନ୍ଦ୍ରର ନୋଡାଲ ଅଫିସର ଶ୍ରୀ ଅନୀଲ କୁମାର ଶତପଥୀ,CMM ସ୍ବର୍ଣ୍ଣାଲତା ବେହେରା,ଓ ଏନ.ଏ.ସି. କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଗୁଡାରିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।