ପୁରା ଖବର ବିଷୟରେ



ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ଗୁଡ଼ାରୀ ପକ୍ଷରୁ ବିଜ୍ଞାନ ମହାବିଦ୍ୟାଳୟ ଗୁଡ଼ାରୀରେ ଉତ୍କଳ ଦିବସ ପାଳନ।

Apr 2 2022 5:25AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ଗୁଡ଼ାରୀ ପକ୍ଷରୁ ବିଜ୍ଞାନ ମହାବିଦ୍ୟାଳୟ ଗୁଡ଼ାରୀରେ ଉତ୍କଳ ଦିବସ ପାଳନ। ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ଗୁଡ଼ାରୀ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ପ୍ରଭାତ କୁମାର ସତପଥି, ନିମନ୍ତ୍ରିତ ଅତିଥି ରମେଶ ଚନ୍ଦ୍ର ମିଶ୍ର, ମୂଖ୍ୟ ବକ୍ତା ଶ୍ରୀ ପ୍ରତାପ ରାୟ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ସଭାପତି ଲୟାନ୍ସ କ୍ଳବ ଗୁଡ଼ାରୀ ଶ୍ରୀ କୋରଡ଼ା ବୈକୁଣ୍ଠ ରାଓ ମଞ୍ଚାସିନ ରହିଥିବା ବେଳେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଆସନ ଅଳଙ୍କୃତ କରାଇଥିଲେ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ମଞ୍ଚାସିନ ଅତିଥି ମାନେ ଉତ୍କଳ ଦିବସ ପାଳନ ଓ ଓଡ଼ିଆ ଭାଷାର ମହତ୍ୱପୂର୍ଣ୍ଣ ଭୂମିକା ଓଡ଼ିଶା ବାସୀଙ୍କ ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ କରି ଶେଷରେ ସ୍ଥାନୀୟ ବିଦ୍ୟାଳୟମାନଙ୍କରୁ ଷଷ୍ଠ ଶ୍ରେଣୀରୁ ଯୁକ୍ତ ତିନି ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ବିତରଣ କରାଯାଇ ସଭା ସମାପ୍ତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ପୁରୁଷ ଓ ମହିଳା ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦିଲିପ୍ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କଳା ପରିଷଦର ସଭ୍ୟ ସୁବାସ ଗୋୖଡ,ମୋନଜ ସାହୁ,ଅମିୟ ପୁରୋହିତ, ତ୍ରୀପତି ପାଣିଗ୍ରାହୀ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।