ପୁରା ଖବର ବିଷୟରେ



ଉତ୍କଳ ପରିଷଦ ଦ୍ୱାରା ଉତ୍କଳ ଦିବସ ପାଳନ

Apr 1 2022 8:29PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଉତ୍କଳ ପରିଷଦ ଦ୍ୱାରା ଉତ୍କଳ ଦିବସ ପାଳନ ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ଏକ ପୁରାତନ ସାହିତ୍ୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ତତଫରୁ ମହାସମାରୋହେ ରେ ଉତ୍କଳ ଦିବସ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର ମୁଖ୍ୟଅତିଥି ଶିକ୍ଷାବିତ୍ ପ୍ରଫୁଲ୍ଲ ରାଉତ ମୂଖ୍ୟ ବକ୍ତା ଓଡିଶା ସାହିତ୍ୟ ଏକାଡେମି ନବରଙ୍ଗପୁରର ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ପ୍ରେମଚାନ୍ଦ ପଟ୍ଟନାୟକ ସଭାପତିତ୍ବ କରିଥିଲା ବେଳେ ସମ୍ପାଦକ ତପନ ବିଷୋୟୀ ଉପସଭାପତି ଶ୍ରୀମତି ପ୍ରଭାସିନୀ ମହାନ୍ତି ପ୍ରମୁଖ ମଞ୍ଚା ସିନ ଥିଲେ। ଶ୍ରୀ ଜଗନ୍ନାଥ ବେହେରା ମଂଚ ପରି ଚାଳନା କରିଥିଲା ବେଳେ ଟେଲି ନିର୍ଦ୍ଦେଶ ମନୋଜ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲି। କାର୍ଯ୍ୟ କର୍ମ ପ୍ରାରମ୍ଭରେ ପ୍ରଭାସିନୀ ମହାନ୍ତି ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ ପରେ ଶ୍ରୀ ସୁରେଶ ମିଶ୍ର ବନ୍ଦେ ଉତ୍କଳଜନନୀ ଗାନ କରି ଥିଲେ। ମୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ରଙ୍କୁ ଉତ୍କଳ ଅଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ସ୍ବର୍ଗତ ନବକିଶୋର ପଣ୍ଡାଙ୍କୁ ମୋରୋଣ ତର ସମ୍ମାନରେ ଏବଂ ସାହିତ୍ୟକ ଅଶୋକ ପଟ୍ଟନାୟ କଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହାପରେ ଶ୍ରୀ ଗୋପାଳ ପାଣିଗ୍ରାହୀ ଓ ch ଉଷାରାଣୀ ଙ୍କ ବଳିଷ୍ଟ ସଂଯୋଜନାରେ ଏକ କବିତା ପାଠ ଉସବ ର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଦେବେନ୍ଦ୍ର ପ୍ରଧାନ , ନିରଞ୍ଜନ ମିଶ୍ର ,ଅଧ୍ୟାପକ ଅଖିଳ କୁମ।ର ଭଟ୍ଟ, ଜଗଦୀଶ ତ୍ରିପାଠୀ ,ଜନହବି ପଣ୍ଡା, ବନ୍ଦିତା କର , ଟୁଟୁ ବାବୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।