ପୁରା ଖବର ବିଷୟରେ



ବେଣ୍ଟିଗୁଡା ଗ୍ରାମରେ ବ୍ଳକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ ।

Mar 30 2022 8:29PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବେଣ୍ଟିଗୁଡା ଗ୍ରାମରେ ବ୍ଳକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ସାନହୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଣ୍ଟିଗୁଡା ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ବ୍ଳକ ସ୍ତରୀୟ ମୃତ୍ତିକା ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୁଡାରି ବ୍ଲକ ବିଭିନ୍ନବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ସହ ମୃତ୍ତିକା କିପରି ଜଡ଼ିତ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୃତ୍ତିକା ରସାୟନ ବିତ ଶ୍ରୀ ଶରତ ଚନ୍ଦ୍ର ଘୋଷ ଚାଷୀ ମାନଙ୍କୁ ମନୁଷ୍ୟର ସ୍ୱାସ୍ଥ୍ୟ ସହ ମାଟିର ସ୍ୱାସ୍ଥ୍ୟ ସହ ସମ୍ପର୍କ ଜଡ଼ିତ ,ମାଟିର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ତା'ହେଲେ ଗଛ ମଧ୍ୟ ସୁସ୍ଥ ସତେଜ ରହି ଭଲ ଅମଳ ଦେଇପାରିବ ଏବଂ ମାଟିରେ ବିଭିନ୍ନ ଉପାଦାନ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ପୋଷାକ ଉପାଦାନ ମଧ୍ୟରୁ ଜବକ୍ଷାରଜାନ, ଫସଫରସ ଏବଂ ପଟାସର କାର୍ଯ୍ୟ,ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା, ନମୁନା ମାଟି ସଂଗ୍ରହ ପ୍ରଣାଳୀ, ମାଟିର ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସମ୍ପର୍କରେ ବିଶୃତ ବର୍ଣ୍ଣନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମର ସଭାପତି ନବନିର୍ବାଚିତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର ରହିଥିବା ବେଳେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ସମ୍ମାନିତ ଅତିଥି ସରପଞ୍ଚ ସାନହୁମା ସୂର୍ଯ୍ୟମଣି ଶବର, ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର ସମେତ ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ ମାନେ ଉପସ୍ଥିତ ରହିଥିବା ବେଳେ ମୃତ୍ତିକା ରସାୟନ ବିତ ଶ୍ରୀ ଶରତ ଚନ୍ଦ୍ର ଘୋଷ, ସହକାରୀ କୃଷି ଅଧିକାରୀ ରାୟଗଡ଼ା ଶ୍ରୀ ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଓ.ଏଲ.ଆଇ.ସି ସହକାରୀ ଯନ୍ତ୍ରୀ ଗୁଡ଼ାରୀ ଶ୍ରୀ ମୋହନ ବେହେରା,ଭି.ଏସ.ଏସ ପୁର୍ନେନ୍ଦୁ ତ୍ରିପାଠୀ,ପି.ଇ.ଓ ସାନହୁମା ଲକ୍ଷ୍ମୀକାନ୍ତ ସାହୁ,ବି.ପି.ଏମ ଓ.ଏଲ.ଏମ ଶ୍ରୀ ମାନସ ରଞ୍ଜନ ବାରିକ,ବିପିସି ମିଶନ ଶକ୍ତି ଶ୍ରୀ କ୍ରାନ୍ତି କୁମାର ପାଢୀ, ସୋଏଲ କଞ୍ଜରଭେସନ ଶ୍ରୀ ସାହୁ, ବାବୁ, ହର୍ଟି କଲଚର ଶଙ୍କର ହୁଇକା, ଏବଂ ଆତ୍ମା ଚେୟାରମ୍ୟାନ ସୀମାଞ୍ଚଳ ଗମାଙ୍ଗ ମଞ୍ଚାସିନ ରହି ମୃତ୍ତିକା ସମ୍ବନ୍ଧରେ ଉପସ୍ଥିତ କୃଷକ ମାନଙ୍କୁ ଅବଗତ କରାଇଥିଲେ । ପ୍ରଥମେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ବେଣ୍ଟିଗୁଡା ଲୋକ ନୃତ୍ୟରେ ପାଛୋଟି ନେଇଥିଲେ ଏବଂ ବେଣ୍ଟିଗୁଡା ଆରାଧ୍ୟ ଦେବାଦେବୀ ଶିବ ପାର୍ବତୀଙ୍କ ଫୋଟ ଚିତ୍ରରେ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକ ସହକାରୀ କୃଷି ଅଧିକାରୀ ଗୁଡ଼ାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓ ଓ ବ୍ଳକ କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କୃଷକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।