ପୁରା ଖବର ବିଷୟରେ



ଚଳିତ ଚୈତ୍ର ମାସର ମଙ୍ଗଳବାର ଉପଲକ୍ଷେ ଗୁଡ଼ାରୀ ସହରର ସ୍ଥାନେ ସ୍ଥାନେ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ।

Mar 30 2022 9:09AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଚଳିତ ଚୈତ୍ର ମାସର ମଙ୍ଗଳବାର ଉପଲକ୍ଷେ ଗୁଡ଼ାରୀ ସହରର ସ୍ଥାନେ ସ୍ଥାନେ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା । ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସହରରେ ଚୈତ୍ର ମାସ ମଙ୍ଗଳବାର ଉପଲକ୍ଷେ ସ୍ଥାନେ ସ୍ଥାନେ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଛି । ଆଜି ମାଁ ଗ୍ରାମଦେବୀ ଠାକୁରାଣୀ , ମାଁ ଭଣ୍ଡାର ଘରଣୀ, ମାଁ ମାଣୀକେଶ୍ୱରୀ ଦେବୀ ପୀଠରେ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାରର ଭୋଗରାଗ ସହ ପୂଜାର୍ଚ୍ଚନା କରିବା ସହ ମାନସିକ ରଖିଥିବା ଭକ୍ତମାନେ ଦିନିକିଆ ସଜ ଘଣ୍ଟପର୍ବ ଆଣିବା ଦେଖିବାକୁ ମିଳିଛି ।