ପୁରା ଖବର ବିଷୟରେ



ଗାନ୍ଧୀନଗର ସାହିରେ ଦିନିକିଆ ମାଁ ଠାକୁରାଣୀଙ୍କ ସଜ ଘଣ୍ଟପର୍ବ ଅନୁଷ୍ଠିତ

Mar 30 2022 9:07AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଗାନ୍ଧୀନଗର ସାହିରେ ଦିନିକିଆ ମାଁ ଠାକୁରାଣୀଙ୍କ ସଜ ଘଣ୍ଟପର୍ବ ଅନୁଷ୍ଠିତ । ପ୍ରତି ବର୍ଷ ଚୈତ୍ର ମାସରେ ଗାଁ ଗାଁରେ ମାଁ ଠାକୁରାଣୀଙ୍କ ଘଣ୍ଟପର୍ବ ତଥା ପ୍ରତି ଦେବୀ ପୀଠରେ ଘଣ୍ଟପର୍ବ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଉକ୍ତ ଘଣ୍ଟପର୍ବ ବାର ତିଥି ନକ୍ଷତ୍ର ବାହାର କରି କେଉଁ ବାରରେ ଘଣ୍ଟପର୍ବ ଆଣିଲେ କେତେ ଦିନ ରହି ଉଦଯାପିତ କରାଯିବ ତାହା ପୂଜକ ନିର୍ଣ୍ଣୟ କରିଥାନ୍ତି । ସେହିପରି ଆଜି ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଗାନ୍ଧୀନଗର ସାହିରେ ଶ୍ରୀ ରାମ ଶବରଙ୍କ ତତ୍ତ୍ୱାବଧାନରେ ମାଁ ଠାକୁରାଣୀଙ୍କ ସଜ ଘଣ୍ଟପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଘଣ୍ଟପର୍ବରେ ବେଜୁ ବା ପୁଜରୀ , ମାଁ ଠାକୁରାଣୀଙ୍କ ଆସ୍ଥାନ ଖମ୍ବ ଚାଙ୍ଗୁଡ଼ା ଓ ବିଭିନ୍ନ ରଙ୍ଗରେ ଚିତ୍ରିତ ଘଟ କଳସ ସହ ପାରମ୍ପାରିକ ଚାଙ୍ଗୁ ବାଦ୍ୟରେ ଆବାଳବୃଦ୍ଧବନିତା ସହ ବସ୍ତିର ପ୍ରତି ଘର ଦାଣ୍ଡକୁ ମାଁ ଯାଇ ପ୍ରତି ଘରୁ ଭୋଗରାଗ ଗ୍ରହଣ କରିବା ସହ ବସ୍ତି ପରିକ୍ରମା କରିଥିଲେ ଓ ସାହିର ସ୍ଥାନେ ସ୍ଥାନେ ପାରମ୍ପାରିକ ଚାଙ୍ଗୁ ବାଦ୍ୟରେ ବେଜୁ ନାଚ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ବହୁ ଦିନପରେ ବସ୍ତିର ଉତ୍ସବକୁ ଆନନ୍ଦର ସହ ଅନୁଭବ କରୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଆବାଳବୃଦ୍ଧବନିତା ଯୋଗ ଦେଇଥିଲେ ।