ପୁରା ଖବର ବିଷୟରେ



ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ।

Mar 29 2022 4:48PM
ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ। ଆଜି ସକାଳ ୦୮ ଘଣ୍ଟା ସମୟରେ ରାୟଗଡା ସହରର ସ୍ଥାନୀୟ ଶାସ୍ତ୍ରୀୟ ନଗର ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତମୂର୍ତ୍ତି ନିକଟରେ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ସ୍ଵାଧୀନ ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପ ମାଲ୍ୟ ଅଳଙ୍କୃତ କରି ଧୂପ ଦ୍ଵୀପ ଦେଇ ଓ ପୂଜା ପାଠ କରିଥିଲେଏବଂ ସହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବହୁସଂଖ୍ୟାରେ ସ୍କୁଲ ଛାତ୍ର ଓ ଛାତ୍ରୀ , ବହୁ ଯୁବକ ସମାଜ ସେବୀ , ସାମ୍ବାଦିକ ମାନେ ଉପସ୍ଥିତ ରହି ଥିଲେ। ସ୍ଵାଧୀନ ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଅମର ରହେ ଅମର ରହେ ସହିଦ୍ ଲକ୍ଷ୍ମଣ ନାୟକ ଜିନ୍ଦାବାଦ କହି ନାରାବାଜି କରିଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ, ନବ ନିର୍ବାଚିତ ପୌର ଅଧ୍ୟକ୍ଷ ଶ୍ରୀ ପି ମହେଶ୍ୱର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲାର ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଟ ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ମହାନ୍ତି ଅନ୍ୟ ମାନ୍ୟ ଗଣ୍ୟ ବ୍ଯକ୍ତି ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।