ପୁରା ଖବର ବିଷୟରେ



ଲୋକଲଜ୍ଜା ସହିନପାରି ବିଷ ପିଇଲେ ଯୁବତୀ

Mar 29 2022 4:33PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ନବରଙ୍ଗପୁର: ଟାହିଟାପରା କିଭଳି ସାଂଘାତିକ ପରିସ୍ଥିତି ସୃଷ୍ଟିକରେ ଆପଣ ମାନେ ଜାଣିଥିବେ । ସେହିଭଳି କିଛିଦିନ ତଳେ ଭଦ୍ରକ ଜିଲ୍ଲାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଥିଲା। ଏବେ ସମାନ ଧରଣର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ରେ। ଜଣେ ଯୁବତୀ ବିଷପିଇ କରିଛନ୍ତି ଆତ୍ମହତ୍ୟା । ସୂଚନାରୁ ପ୍ରକାଶଯେ ଗତ ଗୁରୁବାର ଦିନ‌ କୋଷାଗୁମୁଡ଼ା ବ୍ଲକ୍‌ ଟେମରା ପଞ୍ଚାୟତ ଅନ୍ତର୍ଗତ ବେଲପୁଟି ଗାଁର ନବୀନା ପୂଜାରୀ (ବୟଷ ୨୨) ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଯୁବତୀ ସହ ପଣ୍ଡୁଗୁଡ଼ା ଗାଁକୁ ଯାଉଥିଲେ। ତେବେ, ସନ୍ତୋଷପୁର ନିକଟରେ ରାତ୍ରି ପାଟ୍ରୋଲିଂରେ ଥିବା କୋଷାଗୁମୁଡ଼ା ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇବା ସହ ରାତି ପ୍ରାୟ ୧୦ଟାରେ ଥାନାକୁ ନେଇ ଅଟକ ରଖିଥିଲା। ଏହି ଖବର ପାଇ ରାତି ପ୍ରାୟ ୩ଟାରେ ନବୀନାଙ୍କ ମାମୁ ଏବଂ ଅନ୍ୟ ଜଣେ ଯୁବତୀଙ୍କ ଦାଦା ଥାନାରେ ପହଞ୍ଚିଥିଲେ। ପରିବାର ସଦସ୍ୟ ଥାନାରେ ପହଞ୍ଚିବାରୁ ପୁଲିସ ଉଭୟ ଯୁବତୀଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଏହି ଘଟଣା ସଂପର୍କରେ ଗାଁର କିଛି ଲୋକ ଜାଣିବା ପରେ ନବୀନାଙ୍କୁ ମାନସିକ ନିର୍ଯାତନା ଦେବା ସହ ଅନେକ କଥା କହି ସମସ୍ତଙ୍କ ସାମ୍ନାରେ ଅପମାନିତ କରିଥିଲେ। ପରିସ୍ଥିତି ଏମିତି ହେଲା ଯେ ନବୀନା ଘରୁ ବାହାରି ପାରିଲେ ନାହିଁ। ଲୋକେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କରିବାରୁ ଧୀରେଧରେରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ନବୀନା । ସାରା ଜୀବନ ଲୋକଙ୍କ କଥା ସହିବା ବଦଳରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ଅପରାହ୍ନ ପ୍ରାୟ ଦୁଇଟାରେ ହଠାତ୍‌ ନବୀନାଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରିବାର ଲୋକ କ’ଣ ହୋଇଛି ଜାଣିବାବେଳକୁ ସେ କୀଟନାଶକ ପିଇ ସାରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ।