ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

Mar 27 2022 7:56AM
ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ରେ ସଭାପତି ଭାବେ ଶ୍ରୀ ନରସିଂହ ତ୍ରିପାଠୀ , ଉପସଭାପତି ଭାବେ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ଭାବରେ ରାମ ପ୍ରସାଦ ପାତ୍ର,ଯୁଗ୍ମ ସମ୍ପାଦକ ଭାବେ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, କୋଷାଧ୍ୟକ୍ଷ ଭାବେ ଵାଲାଜି ପ୍ରସାଦ ମିଶ୍ର ନିର୍ବାଚିତ । (ବ୍ୟୁରୋ ହେଡ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ରେ ସଭାପତି ଭାବେ ଶ୍ରୀ ନରସିଂହ ତ୍ରିପାଠୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ବିଧୁ ଶେଖର ତ୍ରିପାଠୀ, ସମ୍ପାଦକ ଭାବରେ ରାମ ପ୍ରସାଦ ପାତ୍ର,ଯୁଗ୍ମ ସମ୍ପାଦକ ଭାବେ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ ନିର୍ବାଚିତ ହୋଇଥିଲା ବେଳେ କୋଷାଧ୍ୟକ୍ଷ ଭାବେ ଵାଲାଜି ପ୍ରସାଦ ମିଶ୍ର ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଶ୍ରୀ ସିଏଚ.ବାବା ଯୁଗନ୍ଧର ସହ ନିର୍ବାଚନ ଅଧିକାରୀ ଭାବେ କିଶୋର ପଟ୍ଟନାୟକ ଓ k. ଚନ୍ଦ୍ରଶେଖର ରାଓ ନିର୍ବାଚନ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ କୁମାର ପଣ୍ଡା, ସୁଦର୍ଶନ ପାତ୍ର, ତୁଳସୀ ରାମ ସମରଥ,ଶ୍ରୀନିବାସ ପାତ୍ର, ସନ୍ଦୀପ ମିଶ୍ର, ସୁରଜ ନାୟକ, ସଞ୍ଜୀବ ଭକ୍ତ ପ୍ରମୁଖ ସହଯୋଗ କରିଥିଲେ। । ଏହାପରେ ବିଜୟୀ ପ୍ରାର୍ଥୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନବରଙ୍ଗପୁର ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହରରେ ଏକ ଶୋଭାଯାତ୍ରା ରେ ବାହାରୀ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।