ପୁରା ଖବର ବିଷୟରେ



ଗୁଣୁପୁର ପୋୖର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷା ଓ କାଉନସିଲରଙ୍କ ବାଜିମାତ,ବିଜୟର ବାନା ଉଡାଇଲେ ଶିବ ଗୋୖଡ

Mar 27 2022 7:52AM
ଗୁଣୁପୁର ପୋୖର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷା ଓ କାଉନସିଲରଙ୍କ ବାଜିମାତ,ବିଜୟର ବାନା ଉଡାଇଲେ ଶିବ ଗୋୖଡ । ( ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ନିର୍ବାଚନ ମୈଦାନରେ ସମସ୍ତ ରାଜନୈତିକ ଦଳର ଚର୍ଚ୍ଚାର ଅନ୍ତ ଘଟିଛି ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ପୋୖର ପରିଷଦରେ ଦେଖିବାକୁ ମିଳିଛି । ସମସ୍ତ ରାଜନୈତିକ ଦଳକୁ ପଛରେ ପକାଇ ସ୍ବାଧିନ ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ମମତା ଗୋୖଡଙ୍କ ବାଜିମାତ। ଶ୍ରୀମତୀ ମମତା ନିକଟ ତମ ପ୍ରତିଦ୍ବନ୍ଦି ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ସଂଯୁକ୍ତା ସାହୁଙ୍କ ଠାରୁ ୪୨୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିଛନ୍ତି । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ଅଧ୍ୟକ୍ଷା ପ୍ରାର୍ଥିନୀ ମାନଙ୍କ ମଧ୍ୟରୁ ଜାତୀୟ କଂଗ୍ରେସ ୩୩୬, ବିଜେପି ୬୬୯,ବିଏସପି୧୬୫ ଓ ଅନ୍ୟ ସ୍ବାଧିନ ଅଧ୍ୟକ୍ଷା ପ୍ରାର୍ଥିନୀ (ହାଣ୍ଡି) ୬୯ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ସାହୁ ସର୍ବମୋଟ ୫୧୩୮ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାରେ ୧୧୮ ଖଣ୍ଡ ପଡ଼ିଥିଲା । ସୂଚନା ଥାଉକି ଗୁଣୁପୁର ପୋୖର ପରିଷଦରେ ମୋଟ ୧୯ ଗୋଟି ୱାର୍ଡ଼ ରହିଥିବା ବେଳେ ଶିବ ଗୋୖଡ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ କାଉନସିଲର ୧୧ ଟି ଓ ବିଜେଡି ପ୍ରାର୍ଥୀ ୮ ଟି ୱାର୍ଡରେ ବିଜୟ ହାସଲ କରିଥିଲେ । ଗୁଣୁପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶ୍ରୀ ଶିବ ଗୋୖଡ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ବାଜିମାତ କରିଥିବା ବେଳେ ଗୁଣୁପୁର ପୋୖର ନିର୍ବାଚନରେ ସମସ୍ତ ରାଜନୈତିକ ଦଳକୁ ପଛରେ ପକାଇ ବିଜୟୀ ବାନା ଉଡାଇଲେ । ବିଜୟ ଘୋଷଣା ପରେ ସ୍ବାଧିନ ପ୍ରାର୍ଥୀଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ରେ ମନ୍ଦିର ମନ୍ଦିର ଯାଇ ମନାସି ଥିବା ସହ ବିଜୟ ଉତ୍ସବ ପାଳନ କରିଥିଲେ ।