ପୁରା ଖବର ବିଷୟରେ



ଗୁଡ଼ାରୀ ପୋୖର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ସରମିତା ଶବରଙ୍କ ବିଜୟୀ ।

Mar 26 2022 8:56PM
ଗୁଡ଼ାରୀ ପୋୖର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ସରମିତା ଶବରଙ୍କ ବିଜୟୀ । (ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ଼ ପ୍ରସାଦ ଲିମାଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନରେ ଆଜି ଗୁଡ଼ାରୀ ବିଜେଡି ପାର୍ଟିର ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ସରମିତା ଶବର ନିକଟ ତମ ପ୍ରତିଦ୍ବନ୍ଦି ସୁଶ୍ରୀ ଅଞ୍ଜଳି ବିଡିକାଙ୍କ ଠାରୁ ୫୮୯ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ବେଳେ ପରିଷଦର ୧୧ ଗୋଟି ବିଜେଡି କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରିଥିଲେ । ବିଜୟୀ କାଉନସିଲର ପ୍ରାର୍ଥୀମାନେ ହେଲେ ୱାର୍ଡ଼ ନଂ. ୧- ମମତା ବାଉରୀ,୨-ବି.ୟୋଗେଶ୍ୱର ରାଓ, ୩-ପେଦିନା ତିରୁମାଲା ଦେବୀ, ୪-ପଦ୍ମନ ଗୋୖଡ,୫- ସୁଦର୍ଶନ ନାୟକ,୬- ରୁନୁ ପାତ୍ର,୭- ଛବି ପାଣି,୮- ଉର୍ମିଳା ଶବର,୯- ସଇନ୍ତାରି କଣ୍ଡାଗରି,୧୦- ରବିନ୍ଦ୍ର ନାଥ ପାତ୍ର, ଓ ୧୧- ଚୈତନ୍ୟ ବୀରଦଳାଇ ବିଜୟ ହାସଲ କରିଥିଲେ । ସୂଚନା ଥାଉକି ସର୍ବମୋଟ ୩୯୧୬ ଖଣ୍ଡ ଭୋଟ ମତଦାନ ହୋଇଥିବା ବେଳେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ସୁଶ୍ରୀ ଅଞ୍ଜଳି ବିଡିକା-୧୪୫୫, ଜାତୀୟ କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ନିରୁପମା ଶବର-୨୧୯, ସିପିଆଇ ଏମଏଲ ଲିବରେସନ ପାର୍ଟି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତି ମମତା ଶବର -୧୩୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ସୁଶ୍ରୀ ସରମିତା ଶବର ସର୍ବ ମୋଟ ୨୦୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଓ ନୋଟା ଭୋଟ ମାତ୍ର ୬୦ ଖଣ୍ଡ ରହିଥିଲା ।ଭୋଟ ଗଣତି ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ମାଜିଷ୍ଟ୍ରେଟ ଦାୟିତ୍ବରେ ପଦ୍ମପୁର ବିଡ଼ିଓ ଶ୍ରୀ ଦୟାମୟ ପାଢ଼ୀ, ନୋଡାଲ ଅଧିକାରୀ ଦାୟିତ୍ବରେ ପି.ଏ.ଆଇ.ଟି.ଡି.ଏ. ଶ୍ରୀ ଟୁଡୁ ବାରିକ ରହିଥିବା ବେଳେ କଡାକଡି ସୁରକ୍ଷା ଦାୟିତ୍ବରେ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ନିର୍ବାଚନର ସମସ୍ତ ଦାୟିତ୍ବ ଭାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲଳିତ ମୋହନ ପଟ୍ଟନାୟକ, ଜୋନାଲ ଅଫିସର ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ, ସେକ୍ଟର ଅଫିସର ଇନ୍ସପେକ୍ଟର ଶ୍ରୀମତୀ ସୁନିତା ବେହେରା, ଉପ ଆରକ୍ଷୀ ନିରୀକ୍ଷକ, ସହାୟକ ଉପ ଆରକ୍ଷୀ ନିରୀକ୍ଷକ ଓ ବ୍ୟାପକ ପୋଲିସ ମୁତୟନ ରହିଥିଲେ, ଫଳରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ପ୍ରକ୍ରିୟା ଶେଷ ହୋଇଥିଲା ।