Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାଇଗର ବ୍ଲକ ରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଧମକ ପୁର୍ଣ୍ଣ ବ୍ୟାନର ଓ ପୋଷ୍ଟର
Mar 25 2022 1:10AM
ନବରଙ୍ଗପୁର /ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଏକ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ଥିବାବେଳେ ପୁଣି ଥରେ ଏହି ଅଂଚଳରେ ମାଓ ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଲାଞ୍ଚ ନେଇ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆଣି ମାଓବାଦୀ ପ୍ରଥମ ଥର ଡାକ୍ତର କିରାଣିଙ୍କୁ ଚେତାବନୀ ଦେଇଛନ୍ତି। ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀ ଡାକ୍ତର ସତ୍ୟରଞ୍ଜନ ସାହୁ ଓ କିରାଣି ଗୋବିନ୍ଦ ସରକାର ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କ ଠାରୁ ୫ ଶହରୁ ଏକ ହଜାର ଟଂକା ଓ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଆଦାୟ କରି ନିରୀହ ଜନସାଧାରଣଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ତୁରନ୍ତ ଜନ ଅଦାଲତରେ ହାଜର ହେବାକୁ ମାଓବାଦୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିରେ ଅବମାନନା କରିଲେ ଦୁହିଁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଉଥିବା ବେନିୟମ କାମ ଓ ଅବ୍ୟବସ୍ଥାକୁ ନେଇ ନକ୍ସଲ ପ୍ରତିକ୍ରିୟାଶୀଳ ହୋଇପଡିଛି। ଡାକ୍ତର ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ କିରାଣି ଗୋବିଂଦ ସରକାର ବିଭିନ୍ନ କାମ ପାଇଁ ନିରୀହ ରୋଗୀ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରି ମାଓବାଦୀ ଆଜି କୁନ୍ଦେଇ ଓ ହାଟଭରାଣ୍ଡି ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମାରି ପ୍ରତିବାଦ ଜାଣିଛନ୍ତି। ଏହି ବ୍ୟାନର ଓ ପୋଷ୍ଟର ଗୁଡ଼ିକୁ ପୃଥକ ପୃଥକ ଭାବେ ମୈନପୁର ଡିଭିଜନ ପକ୍ଷରୁ ମରାଯାଇଥିବା ବେଳେ କୁନ୍ଦେଇ ପୁଲିସ ପକ୍ଷରୁ ଗୁରୁବାର ସକାଳ ୮ ଟା ସମୟରେ ସମସ୍ତ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି।