ପୁରା ଖବର ବିଷୟରେ



ଧାମନଗର ଏନ ଏସି ଅଞ୍ଚଳ ରେ ୧୪୪ଧାରା ଲାଗୁ

Mar 24 2022 11:36PM
ଧାମନଗରରେ ଏନ୍ ଏ ସି ନିର୍ବାଚନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭଦ୍ରକ ଜିଲାପାଳ ତା୨୪/୦୩/୨୦୨୨ରିଖ ରାତି ୯ :୩୦ ତା୨୫/୦୩/୨୦୨୨ରିଖ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଏଥିରେ ମନା କରାଯାଇଛି। ସୂଚନାଯୋଗ୍ୟ ଯେ, ଧାମନଗର ରେ ଏନଏସି ନିର୍ବାଚନ ପାଇଁ ମତଦାନ ବେଳେ ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥରେ ବଚସା ହୋଇଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା। ଗୁରୁତର ଯୁବକଙ୍କ ନାମ ରମେଶ କୁମାର ଲେଙ୍କା । ଗୁରୁତର ଅବସ୍ଥାରେରେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅତି ଗୁରୁତର ହେବାରୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାକୁ ନେଇ ଧାମନଗରରେ ଉତ୍ତେଜନା ଦେଖା ଦେଇଥିଲା। ଟାୟାର ଜାଳି ଲୋକମାନେ ରାସ୍ତା ରୋକ କରିଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସନ୍ଧ୍ୟାରେ ପୋଲିସ ଧାମନଗରରେ ଫ୍ଲାଗମାର୍ଚ୍ଚ କରିଥିଲା।