ପୁରା ଖବର ବିଷୟରେ



ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନରେ ବ୍ୟା

Mar 24 2022 11:23PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନରେ ବ୍ୟାପକ ପୋଲିସ ମୁତୟନ ଓ କଡାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ । ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ଓ ସୁରକ୍ଷା କଡାକଡି ବ୍ୟବସ୍ଥାରେ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପରିଷଦର ମୋଟ ୧୧ ଗୋଟି ୱର୍ଡର ସର୍ବମୋଟ ୫୨୯୯ ଭୋଟରଙ୍କ ନିମନ୍ତେ ୯ ଗୋଟି ଭୋଟ କେନ୍ଦ୍ର କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ପିଙ୍କ ବୁଥ ଓ ଅନ୍ୟଟି ମଡେଲ ବୁଥ କରାଯାଇଥିଲା । ୫୨୯୯ ଭୋଟରଙ୍କ ମଧ୍ୟରୁ ପୁରୁଷ ସଂଖ୍ୟା ୨୫୪୦ , ମହିଳା ସଂଖ୍ୟା ୨୭୫୭ ଓ ସମଲିଙ୍ଗୀ ୨ ଜଣ ରହିଥିବା ବେଳେ ପୁରୁଷ ୨୦୧୨ , ମହିଳା ୧୯୦୨ ଓ ସମଲିଙ୍ଗୀ ୨ ଜଣ ସର୍ବମୋଟ ୩୯୧୬ ଜଣ ମତଦାତା ମତଦାନ କରିଥିବା ବେଳେ ଶତକଡା ୭୩.୯୦ ପ୍ରତିଶତ ମତ ସାବ୍ୟସ୍ତ କରିଥିବା ସୂଚନା ମିଳିଛି । ଗୁଡ଼ାରୀ ପରିଷଦର ନିର୍ବାଚନ ଦାୟିତ୍ବରେ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ମାଜିଷ୍ଟ୍ରେଟ ଦାୟିତ୍ବରେ ପଦ୍ମପୁର ବିଡ଼ିଓ ଶ୍ରୀ ଦୟାମୟ ପାଢ଼ୀ, ନୋଡାଲ ଅଧିକାରୀ ଦାୟିତ୍ବରେ ପି.ଏ.ଆଇ.ଟି.ଡି.ଏ.ଶ୍ରୀ ଟୁଡୁ ବାରିକ ରହିଥିବା ବେଳେ ସୁରକ୍ଷା ଦାୟିତ୍ବରେ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ସମସ୍ତ ସୁରକ୍ଷା ଦାୟିତ୍ବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲଳିତ ମୋହନ ପଟ୍ଟନାୟକ,ଜୋନାଲ ଅଫିସର ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ, ସେକ୍ଟର ଅଫିସର ଇନ୍ସପେକ୍ଟର ସୁନିତା ବେହେରା,ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲୀ,ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ପୁରୁଷୋତ୍ତମ ଜାନୀ, ସମେତ ଆରକ୍ଷୀ ନିରୀକ୍ଷକ, ଆରକ୍ଷୀ ଓ ଗୃହରକ୍ଷୀ ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଫଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇ ପରିଷଦରେ ପହଞ୍ଚି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ରୁମକୁ ସିଲ୍ କରାଗଲା ।