ପୁରା ଖବର ବିଷୟରେ



ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶତବlର୍ଷିକ ପାଳିତ l

Mar 23 2022 8:27PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶତବlର୍ଷିକ ପାଳିତ l ରାୟଗଡ:-ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶl ଆଗମନର ୧୦୦ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି l ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ପୂର୍ବାହ୍ନ ୧୧.୦୦ଘଟିକା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପୂଜ୍ୟପୂଜା କରିଥିଲେ ଏବଂ ନିଜର ବକ୍ତବ୍ୟରେ କହିଲେ ଯେ ସମଗ୍ର ଦେଶରେ ଇଂରେଜୀ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ କରି ସଂଗ୍ରାମ କରୁଥିବାବେଳେ ପଣ୍ଡିତ ଗୋପବନ୍ଧୁ ଦଶ ଅନୁରୋଧରେ ୧୯୨୧ ମସିହା ମାର୍ଚ୍ଚ ମାସରେ ୨୩ ତାରିଖରେ ପ୍ରଥମେ ଓଡିଶା ଆସି କଟକର କାଠଯୋଡ଼ି ନଦୀପଟlରେ ଜନ ସାଧାରଣଙ୍କୁ ଉଦବୋଧନ ଦେଇ ସଂଗ୍ରାମ ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ଗାନ୍ଧିଜୀଙ୍କ ଅନୁରୋଧ କ୍ରମେ ବହୁତ ଲୋକ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ l ସେଥିପାଇଁ ଏହି ଦିବସଟି ଓଡ଼ିଶା ପାଇଁ ସ୍ମରଣୀୟ ଦିବସ ଅଟେ l ସାମୁହିକ ମାଲ୍ୟାର୍ପଣରେ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲନୁର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ଭିକ୍ତରିଆ କୁଲୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ କୁମାରୀ ସସ୍ମିତାl ବାଉରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସର ବସନ୍ତ କୁମାର ପ୍ରଧାନ,ଓ ତାଙ୍କ କାର୍ଯ୍ୟାଳୟ ର ପ୍ରକ୍ଷେପକ୍ୱ ପୀତବାସ ବିଶ୍ୱାଳ, ରାମଚନ୍ଦ୍ର ପତ୍ର ,ରାଜେନ୍ଦ୍ର ଦୋରା,ଶ୍ରୀକାନ୍ତ ବିଶ୍ଵାଳ, କାହ୍ନୁଚାରଣ ପ୍ରଧାନ , ବିଭିନ୍ନ ଗଣମାଧ୍ୟମରେ ଜିଲ୍ଲା ପ୍ରତିନିଧିମାନେ, ଜିଲ୍ଲା ପଠାଗାରର ପାଠକ ମାନେ ଯୋଗଦେଇ ପୁଷ୍ପା ଅର୍ଜ୍ୟ ଅର୍ପଣ କରିଥିଲେ l