ପୁରା ଖବର ବିଷୟରେ



ନେହରୁ ଯୁବକେନ୍ଦ୍ର ତରଫରୁ ସହୀଦ ଦିବସ ପାଳିତ

Mar 23 2022 8:23PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ନେହରୁ ଯୁବକେନ୍ଦ୍ର ତରଫରୁ ସହୀଦ ଦିବସ ପାଳିତ ରାୟଗଡା: ସେଞ୍ଚୁରିୟନ ସଭାଗୃହ ପରିଶରରେ ଆଜି ଭାରତ ସରକାରଙ୍କ ଯୁବ ବେପାର ଏବଂ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ନେହୁରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ତରଫରୁ ସହୀଦ ଦିବସ କାର୍ଯ୍ୟକ୍ରମ ସଫଳତା ସହ ଆୟୋଜିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ରର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ସେଠୀ ମୂଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କଲାପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବୃନ୍ଦ ଯୁବ ସହୀଦ ଭଗତ ସିଂ ତୈଳ ଚିତ୍ର ନିକଟରେ ଦୀପ ପ୍ରଜ୍ଜଳନ କରିଥିଲେ ଏବଂ ସେଞ୍ଚୁରିୟନ ୟୁନିଭରସିଟିର ଡାଇରେକ୍‍ଟର ର ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ସେ ନିଜେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବରେ ସେଞ୍ଚୁରିୟନ ୟୁନିଭରସିଟିର ପ୍ରିନ୍‍ସପାଲ ଡଃ. ଚନ୍ଦ୍ର ଶେଖର ରଥ ତତ୍‍ ସଙ୍ଗେସଙ୍ଗେ ସେଞ୍ଚୁରିୟନ ୟୁନିଭରସିଟିର ଅଧ୍ୟାପକ ସୁକାନ୍ତ ସେଠୀ ମଧ୍ୟ ଯୋଗ ଦେଇ ସହୀଦ ହେଇଥିବା ଭଗତ ସିଂ ସୁକଦେବ ଥାପର ଏବଂ ଶିବରାମ ରାଜଗୁରୁ ଦେଶ ପାଇଁ ଇଂରେଜ ମାନଙ୍କ ଦ୍ୱାରା ଫ ।ଶୀ ଖୁଣ୍ଟରେ ମୃତ୍ୟୁ ବରଣ କରିଥିଲେ । ସେହିମାନଙ୍କର ଦିଗ୍‍ଦର୍ଶନ ଏବଂ ସ୍ୱାଧୀନ ଭାରତ ପାଇଁ ଆନ୍ଦୋଳନ କରିଥିବା ଉପରେ ବକ୍ତବ୍ୟ ଦିଆଯାଇଥିଲା ଏବଂ ଆଗାମୀ ଦିନରେ ଯୁବକମାନେ ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପ୍ରେରଣାରେ ଆଜିର ଯୁବକମାନେ ଦେଶ ଗଠନରେ ସାମିଲ ହୋଇ ଦେଶକୁ ଆଗେଇ ନେବେ । ଶେଷରେ ସହୀଦ ଭଗତ ସିଂ ଙ୍କର ଦେଶତ୍ମାବଧ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ନେହୁରୁ ଯୁବ କେନ୍ଦ୍ରର ପ୍ରତିନିଧି ଧନ୍ୟବାଦ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାରୁ ୭୦ ରୁ ଉର୍ଦ୍ଧ ଯୁବକ ଓ ସଦସ୍ୟ ଉପସ୍ଥିତ ଥିଲେ ।