ପୁରା ଖବର ବିଷୟରେ



ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଲେ ବିଧବା ପତ୍ନୀ ଓ ପରିବାର ।

Mar 23 2022 7:22PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଲେ ବିଧବା ପତ୍ନୀ ଓ ପରିବାର । ରାୟଗଡ଼ା ଜିଲ୍ଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୁଡ଼ାରୀ ଶାଖାରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଲେ ବୀମା ଭୂକ୍ତ ସ୍ବର୍ଗତ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ସାହୁ ଓ ପରିବାର ଲୋକେ । ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୁଡ଼ାରୀ ଶାଖା ପକ୍ଷରୁ ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଓ କର୍ମଚାରୀ ମାନଙ୍କ ସହଯୋଗରେ ଶ୍ରୀମତୀ ସାହୁଙ୍କୁ ସ୍ବାମୀଙ୍କ ମୃତ୍ୟୁ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୁଡ଼ାରୀ ଶାଖା ପକ୍ଷରୁ ସିଧାସଳଖ ଶ୍ରୀମତୀ ସାହୁଙ୍କ ବ୍ୟାଙ୍କ୍ ଜମା ଖାତାରେ ଟଙ୍କା=୨ ,୦୦,୦୦୦/-(ଅକ୍ଷରାଙ୍କେ ଦୁଇ ଲକ୍ଷ ଟଙ୍କା ମାତ୍ର) ଜମା କରାଯାଇଥିବା ଶାଖା ପରିଚାଳକ ଶ୍ରୀଯୁକ୍ତ ବେହେରା ସୁଚନା ଦେଇଛନ୍ତି । ସୂଚନା ଥାଉକି ସ୍ବର୍ଗତ ପ୍ରସନ୍ନ ସାହୁ ଜୀବିତ ସମୟରେ ଗତ ୨୦୨୧-ମେ,ମାସରେ ୩୩୦/-ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୁଡ଼ାରୀ ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଜମା କରିଥିଲେ । ସ୍ବର୍ଗତ ପ୍ରସନ୍ନ ସାହୁଙ୍କ ଗତ ୨୦୨୧-ଅକ୍ଟୋବର ମାସରେ ମୃତ୍ୟୁବରଣ କରିଥିଲେ । ଚଳିତ ମାସରେ ସ୍ବର୍ଗତ ସାହୁଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ସାହୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗୁଡ଼ାରୀ ଶାଖାରେ ସ୍ବାମୀଙ୍କ ମୃତ୍ୟୁ ଆବେଦନପତ୍ର ଦାଖଲ କରିଥିଲେ ।ଯାହା ଫଳରେ ବ୍ୟାଙ୍କ୍ ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀ ମାନଙ୍କ ସହଯୋଗରେ ୧୦ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରି ଶ୍ରୀମତୀ ସୁଶୀଳା ସାହୁଙ୍କୁ ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଓ କର୍ମଚାରୀ ମାନଙ୍କ ଉପସ୍ଥିତରେ ୨ ଲକ୍ଷ ଟଙ୍କା ଜମା ଖାତାରେ ପ୍ରଦାନ କରାଯାଇଥିବା ନମୁନା ପ୍ରଦର୍ଶନ କରିଥିଲେ ।ଏଥି ପୂର୍ବରୁ ଆଉ ଦୁଇ ଜଣ ଆବେଦନ କରିଥିବା ବ୍ୟକ୍ତି ସ୍ବର୍ଗତ ସୁଦର୍ଶନ ପାତ୍ରଙ୍କ ପତ୍ନୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ପାତ୍ର ଓ ଶ୍ରୀ ଅଭିମନ୍ୟୁ କଡ୍ରାକା ୨ ଲକ୍ଷ ଟଙ୍କା ଲେଖାଏଁ ପାଇଥିବା ବେଳେ ଶ୍ରୀମତୀ ସୁଶୀଳା ସାହୁ ତୃତୀୟ ବ୍ୟକ୍ତି ଭାବେ ଦୁଇ ଲକ୍ଷ ପାଇ ଥିବା ଏକ ନମୁନା ପ୍ରଦର୍ଶନ କରିଥିଲେ ।