ପୁରା ଖବର ବିଷୟରେ



ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀରେ ଉପ ଅଧ୍ୟକ୍ଷ ନିର୍ବାଚନ ଶେଷ ।

Mar 23 2022 7:21PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀରେ ଉପ ଅଧ୍ୟକ୍ଷ ନିର୍ବାଚନ ଶେଷ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମିତିର ଉପ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯାଇଛି । ଉକ୍ତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀ ବିଶ୍ଵନାଥ ଶବର ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଦାୟିତ୍ବରେ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ,ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲୀ, ସମେତ ବ୍ୟାପକ ପୋଲିସ ମୁତୟନ ରହିଥିଲେ ।ସୂଚନା ଥାଉକି ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଶ୍ରୀ ବିଶ୍ଵନାଥ ଶବର ସାନହୁମା ଗ୍ରାମପଞ୍ଚାୟତର‌‌‌ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିକଟ ତମ ପ୍ରତିଦ୍ବନ୍ଦି ଶ୍ରୀ କୈଳାଶ ଶବରଙ୍କ ଠାରୁ ୧୦୬୬ ପାଇ ଏକ ଶହ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିଥିଲେ । ଆଜି ବିଜେଡି ଦଳ ସମର୍ଥନରେ ସେ ସମିତିର ଉପ ଅଧ୍ୟକ୍ଷ ଭାବରେ ବିଜୟୀ ହାସଲ କରିଥିଲେ । ଏହି ଅବସରରେ ବିଜେଡି ପାର୍ଟି ଗୁଡ଼ାରୀ ପକ୍ଷରୁ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ସହ ସମିତି ସଭ୍ୟ ସଭ୍ୟା ସମେତ କେଦାରନାଥ ସାହୁ, ସନ୍ତୋଷ ମହାନ୍ତି, ଟୁନା ଗୋୖଡ କାଶି ବଳିୟାର ସିଂ, ପ୍ରମୁଖ ଉପସ୍ଥିତରେ ବହୁ କର୍ମୀଙ୍କୁ ନେଇ ବିଜୟୀ ଉତ୍ସବ ପାଳନ କରିବା ସହ ଗୁଡ଼ାରୀ ସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିରକୁ ଯାଇ ପ୍ରଦୀପ ପ୍ରଜ୍ବଳନ କରି ଶ୍ରୀଫଳ ଭାଙ୍ଗି ମନାସି ଥିଲେ ।