ପୁରା ଖବର ବିଷୟରେ



ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନ ରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଜୋରଦାର ପ୍ରଚାର

Mar 22 2022 8:35AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ପୋୖର ନିର୍ବାଚନ ରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଜୋରଦାର ପ୍ରଚାର । ପୋୖର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଦଳୀୟ କର୍ମୀମାନେ ମତଦାତାଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ତରଫରୁ ବିଭିନ୍ନ ରଣନିତି ଦେଖିବାକୁ ମିଳିଛି । ଆଜି ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ସୁଶ୍ରୀ ଅଞ୍ଜଳି ବିଡିକା କର୍ମୀ, କାଉନସିଲର ଓ ସମର୍ଥକ ମାନଙ୍କ ସହ ୧୦ନମ୍ବର ୱାର୍ଡର ଗାନ୍ଧୀନଗର ଶାନ୍ତିନଗର, ଦଣ୍ଡାସୀ ସାହି, ବଂଶଧାରା କୋଲନୀ,ଡିସ୍କୋ କଲୋନୀରେ ଘରକୁ ଘର ବୁଲି ଭୋଟ ଭିକ୍ଷା ମାଗିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜୋରଦାର ପ୍ରଚାର କରିବା ଦେଖିବାକୁ ମିଳିଛି । ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇଲେ ପରିଷଦର ସର୍ବାଙ୍ଗୀନ ଉନ୍ନତି କରିବି ବୋଲି ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ସୁଶ୍ରୀ ଅଞ୍ଜଳି ବିଡିକା ମତଦାତା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପି ସଂପାଦକ ଶ୍ରୀ ହରେକୃଷ୍ଣ ପାଢ଼ୀ, ଗୋୖରୀ ଶଙ୍କର ମିଶ୍ର,ମନଜ ପାଣିଗ୍ରାହୀ, ନଟବର ଗୋୖଡ, ଜଗଦିଶ ନାୟକ ସମେତ କାଉନସିଲର ଏବଂ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।