ପୁରା ଖବର ବିଷୟରେ



ଭଦ୍ରକ ସହରରେ ହୋଲି ମନାଇବାରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଘଟିଛି ଏକ ଅଘଟଣ

Mar 19 2022 4:03PM
ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନା ଛକ ନିକଟରେ ଥିବା ୩ ପରିବାରରେ ନିଆଁ ଲାଗି ୫ ବଖରା ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ପାଖରେ ଥିବା ଦୋକାନରେ ପଡ଼ି ଲାଗିଯାଇଥିଲା। ତେବ କେଉଁ କାରଣରୁ ଗ୍ୟାସ ଫାଟିଲା ତାହା ଜଣାପଡିନାହିଁ। ଏଣେ ନିଆଁଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିବାର ସୂଚନାରୁ ପ୍ରକାଶ। ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଛକ ନିକଟ ରେ ରମେଶ ଲାଲଙ୍କ ଘରେ ଜଣେ ମହିଳା ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଥିଲା। ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା ।ଏଥିରେ ଜଣେ ମହିଳା ଗୁରୁତର ହୋଇପଡିଥିଲେ। ଏହାଛଡ଼ା  ରମେଶ ଲାଲଙ୍କ ଘର ସମେତ ଅନ୍ୟମାନଙ୍କ ଘର ଜଳିଯାଇଥିଲା। ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ସୂଚନା ରୁ ପ୍ରକାଶ । ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।