ପୁରା ଖବର ବିଷୟରେ



ମଦ୍ୟପାନ ଓ ଦୃତ ଗତିରେ ଗାଡି ଚାଳନା ମୃତ୍ୟୁର କାରଣ

Mar 19 2022 3:33PM
( ଓଡ଼ିଶା ବ୍ୟୁରୋ ହେଡ ପ୍ରସା ଲିମାଙ୍କ ରିପୋର୍ଟ ) ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା, ସିମିଳିଗୁଡା ବ୍ଳକ ଅନ୍ତର୍ଗତ ରାଜପୁଟ ଗ୍ରାମ ପଞ୍ଚାୟତ ପିତାଗୁଡା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ । ମୃତକ ଜଣକ ହେଲେ ରାଜପୁଟ ଗ୍ରାମପଞ୍ଚାୟତ ପାତ୍ରପୂଟ ଗ୍ରାମର ରବି ମାର୍ଡିଙ୍ଗଙ୍କ ପୁତ୍ର ପୂର୍ବ ମାର୍ଡିଙ୍ଗ ବୋଲି ଜଣାପଡିଛି । ସୂଚନା ଥାଉକି ମୃତ ପୂର୍ବ ମାର୍ଡିଙ୍ଗ ରାତିରେ ଦୃତ ଗତିରେ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ସରପଞ୍ଚ ଶ୍ରୀ ପିତାମ୍ବର ସୁନାନୀ ଘଟଣା ସ୍ଥଳରେ ପହଁଞ୍ଚିବା ସହ ସିମିଳିଗୁଡା ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ଦୀପକ ବାରିକ ଓ ପୋଲିସ ଟିମ ପହଞ୍ଚି ତଦନ୍ତ କରିବା ଦେଖିବାକୁ ମିଳିଥିଲା ।