ପୁରା ଖବର ବିଷୟରେ



ଗଞ୍ଜେଇ ସହ ଜଣେ ଗିରଫ

Mar 18 2022 6:39PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ନବରଙ୍ଗପୁର /ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅଧୀନ ଆମପାଣି ଘାଟି ଭାଲୁଝର ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର ପୋଲିସ ଧରିବାରେ ସଫଳ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା ବଡ଼ପୋଡାଗୁଡା ଅଞ୍ଚଳର ନବ ନାୟକ। ତାଙ୍କର ଘର କଳାହାଣ୍ଡି ଜିଲ୍ଲା ବଡ଼ ପୋଡାଗୁଡାରେ। ଏକ ବାଇକରେ ସେ ଗଞ୍ଜେଇ ଧରି ଯାଉଥିବା ସମୟରେ ଭାଲୁଝର ନିକଟରେ ତାଙ୍କ ବାଇକର ଏକ କାର ସହ ଧକ୍କା ହୋଇଥିଲା।  ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ମଇଦଲପୁର ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଯାଞ୍ଚ ବେଳେ ତାଙ୍କ ବାଇକରୁ ଗଞ୍ଜେଇ ଜବତ କରିଥିଲା।ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଓଜନ ବେଳେ ୧୪ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି।ଏନେଇ ମଇଦଲପୁର ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।