ପୁରା ଖବର ବିଷୟରେ



ସରକାରୀ ଏସଏସଡ଼ି ବାଳିକା ବିଦ୍ୟାଳୟ ଗୁଡ଼ାରୀରେ ପୌର ପରିଷଦ ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

Mar 18 2022 9:30AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ସରକାରୀ ଏସଏସଡ଼ି ବାଳିକା ବିଦ୍ୟାଳୟ ଗୁଡ଼ାରୀରେ ପୌର ପରିଷଦ ନିର୍ବାଚନ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ସରକାରୀ ଏସଏସଡ଼ି ବାଳିକା ବିଦ୍ୟାଳୟ ଗୁଡ଼ାରୀ ଶ୍ରେଣୀ ଗୃହରେ ଆଗାମୀ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତି ପାଇଥିବା ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ବାଚନ ପରିଚାଳନା ସମନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ମତଦାତା ଇଭିଏମ ମାଧ୍ୟମରେ ମତଦାନ କରିବେ। ନିର୍ବାଚନ ଅଧିକାରୀ ମାନେ ଇଭିଏମକୁ କିପରି ଭାବରେ ପରିଚାଳନା କରିବାକୁ ହେବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫ୍ରିଜାଇଡିଂ ଅଫିସର ୧୨ ଜଣ,ପୁଲିଂ ଅଫିସର ୧୨ ଜଣ, କାଉନସିଲିଂ ଟିମ ୧୦ ଜଣ, କମିଶନର ଟିମ ୧୦, ଓ ସେକ୍ଟର ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଗୁଡ଼ାରୀ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର ଉପସ୍ଥିତ ରହିଥିବା ବେଳେ ମାଷ୍ଟର ତାଲିମ ଦାତା ଭାବେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ତହସିଲଦାର ମୁନିଗୁଡା ଶ୍ରୀ ଡକ୍ଟର ଦେବାଶିଷ ଗୌଡ, ରାୟଗଡ଼ା ତହସିଲଦାର ସୂନିଲ ଖରା ଯୋଗଦେଇ ତାଲିମ ପ୍ରଦାନ କରିଥିବା ବେଳେ ପରିଷଦର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।