ପୁରା ଖବର ବିଷୟରେ



ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁଡ଼ାରୀ ପ୍ରଶାସନ ଓ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Mar 18 2022 9:22AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁଡ଼ାରୀ ପ୍ରଶାସନ ଓ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ । ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀର ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଆଜି ୧୭-୩-୨୦୨୨ ତାରିଖ ଅପରହ୍ନ ୫ ଘଣ୍ଟିକାସମୟରେ ଗୁଡ଼ାରୀ ପ୍ରଶାସନ ଓ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଉକ୍ତ ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ଜନସାାରଣଙ୍କ ଅବଗତି ନମନ୍ତେ ପୌର ନିର୍ବାଚନକୁ ଏକ ମୁକ୍ତ,ଅବାଧ ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ଯୋଗଦାନ ଓ ସହଯୋଗର ଆବଶ୍ୟକତା ରହିଥିବା ଏବଂ ନିର୍ବାଚନ ପରପେକ୍ଷିରେ ସରକାରଙ୍କ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି । ଯଦିଓ କୈାଣସି ପ୍ରକାରର ହିଂସା, ଗଣ୍ଡଗୋଳ ବେଆଇନ ଅସାମାଜିକ, ବିଶୃଙ୍ଖଳା କାର୍ଯ୍ୟକୁ ପ୍ରସୟ କିମ୍ବା ବରଦାସ୍ତ କରାଯିବ ନାହିଁ । ଯଦିଓ ଉକ୍ତ କାର୍ଯ୍ୟରେ ଯେଉଁ ମାନେ ଲିପ୍ତ ରୁହନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନରେ ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରି ଏଥିରୁ ଦୂରେଇ ରହିବାକୁ ପ୍ରସାଶନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚେତାବନୀ ଦିଆଯାଇଛି । ଏହି ଅବସରରେ ଗୁଡ଼ାରୀ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ,ଏଡିପିଓ ଶ୍ରୀ ଅଜୟ କୁମାର ବାରିକ, ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ,ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅନିରୁଦ୍ଧ ଜାଲୀ ସହ ଉପ ଆରକ୍ଷୀ ନିରୀକ୍ଷକ ସମେତ ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହିଥିଲେ ।